Advertisment

ମନରେଗା ଯୋଜନାରେ ଖର୍ଚ୍ଚ ହେଲା ୫.୯୭ ଲକ୍ଷ; ୨.୩ ହେକ୍ଟରରେ ଅଛି ହାତଗଣତି ଆମ୍ବଗଛ

Advertisment
ମନରେଗା ଯୋଜନାରେ ଖର୍ଚ୍ଚ ହେଲା ୫.୯୭ ଲକ୍ଷ; ୨.୩ ହେକ୍ଟରରେ ଅଛି ହାତଗଣତି ଆମ୍ବଗଛ

କଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍‌ ବଣକାଟି ପଞ୍ଚାୟତ ଜାମଦାପାଳ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଆମ୍ବଚାରା ରୋପଣ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ ଆସିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଜାମଦାପାଳ ଗ୍ରାମରେ ୫ ଲକ୍ଷ ୯୭ ହଜାର ଟଙ୍କା ବ୍ୟୟ ବରାଦରେ ୨.୩ ହେକ୍ଟର ଜମିରେ ଆମ୍ବ ଚାରା ରୋପଣ କରାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି। ହେଲେ ଉକ୍ତ ସ୍ଥାନରେ ହାତଗଣତି କିଛି ଆମ୍ବ ଚାରା ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ଜମିରେ ଆମ୍ବ ଚାରା କମ୍‌, ଅନାବନା ଗଛ ଅଧିକ ରହିଛି।

ସୂଚନା ମୁତାବକ, ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଜାମଦାପାଳଠାରେ କାର୍ଯ୍ୟ ନଂ ୧୦୫୧୭୦୭୪ରେ ଦେବ ବେହେରା ଓ ୪ ଜଣ ସାଥୀ ହିତାଧିକାରୀଙ୍କ ନାମରେ ରହିଥିବା ୨.୩ ହେକ୍ଟର ଜମିରେ ଆମ୍ବଚାରା ରୋପଣ ନିମନ୍ତେ ପ୍ରସ୍ତାବ ପାରିତ ହୋଇଥିଲା। ମନରେଗା ଯୋଜନାରେ କାମ ହେବ ବୋଲି ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ୧୫/୦୯/୨୦୨୧ରେ ଆରମ୍ଭ ହୋଇଥିବା ସୂଚନା ଫଳକରେ ଲେଖାଅଛି। ଶ୍ରମିକମାନଙ୍କୁ ଦୈନିକ ୨୧୫ ଟଙ୍କା ମଜୁରି ଦିଆ ଯାଇଥିବା ବି କୁହାଯାଇଛି। ହେଲେ ଅସଲରେ ଏହି ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ବର୍ତ୍ତମାନର ଚିତ୍ରରୁ ସ୍ପଷ୍ଟ ହେଉଛି। କାଗଜ କଲମରେ ଚାରା ରୋପଣ ଦର୍ଶାଇ ଟଙ୍କା ହରିଲୁଟ୍‌ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେହିପରି ଶ୍ରମିକଙ୍କ ଖାତାକୁ ଆସିଥିବା ମଜୁରି ମଧ୍ୟ ଅନ୍ୟମାନେ ହାତେଇ ନେଇଥିବା ଅଭିଯୋଗ ହେଉଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe