ସୋର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ନୂଆ ପ୍ରୟାସ ପକ୍ଷରୁ ୧୫ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି 'ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପ୍ରତିଭା ପୁରସ୍କାର- ୨୦୨୬' । ପାହାଡି ଇଲାକାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଘରେ ଘରେ ଶିକ୍ଷା ମାଧ୍ଯମରେ ସଂସ୍କାର ଆଣିବାକୁ ସଙ୍କଳ୍ପ ନେଇ ପ୍ରତିବର୍ଷ ଶୈକ୍ଷିକ ସଚେତନତା ସୃଷ୍ଟିକାରୀ କାର୍ଯ୍ଯକ୍ରମ କରୁଥିବା ନୂଆ ପ୍ରୟାସ ପବିତ୍ର ସରସ୍ୱତୀ ପୂଜା ଅବସରରେ ମାଆ ବାଗଦେବୀଙ୍କ ଆଗରେ ଚଳିତ ବର୍ଷ ବି ନୂଆ ପ୍ରତିଭାଙ୍କୁ ପୁରସ୍କୃତ କରିଛି । ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ୧୫ କୃତୀ ଛାତ୍ରଛାତ୍ରୀଙ୍କୁ 'ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପ୍ରତିଭା ପୁରସ୍କାର' ବିତରଣ କରାଯାଇଛି । ପଞ୍ଚମରୁ ଦଶମ ଯାଏଁ, ଶ୍ରେଣୀର ସର୍ବୋତ୍ତମ ନମ୍ବର ରଖିଥିବା ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଯେଉଁଥିରେ ଶିଙ୍ଗାଖୁଣ୍ଟା ପଞ୍ଚାୟତର ୧୩ଟି ସ୍କୁଲ ଏବଂ ଗୋପିନାଥପୁର ପଞ୍ଚାୟତର ୨ଟି ହାଇସ୍କୁଲ ସାମିଲ ଅଛନ୍ତି ।
ଆହୁରି ପଢନ୍ତୁ- VIP darshan at Mahakaleshwar: ଶ୍ରୀମହାକାଳେଶ୍ୱର ମନ୍ଦିରରେ ଭିଆଇପି ଦର୍ଶନ ପ୍ରଥାକୁ କାଏମ୍ ରଖିଲେ ସୁପ୍ରିମ୍କୋର୍ଟ
/filters:format(webp)/sambad/media/media_files/2026/01/27/nua-prayash-2026-01-27-17-34-15.jpeg)
କୁନି କୁନି ପ୍ରତିଭାଙ୍କୁ ନିଜ ପରିଶ୍ରମର ଫଳ ପାଇଁ ପ୍ରଶଂସା ଫଳକ, ପ୍ରଶଂସା ପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଛି । ତେବେ ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ- ଅମିତ ବେହେରା, ଶୁଭମ ବେହେରା, ନମିତା ସିଂ, ଶିବୁ ସିଂ, ପ୍ରତିମା ବାରିକ, ରୋହନ କୁମାର ବେହେରା, ସିପୁନ ସିଂ, ମାମା ଦେଉରୀ, କନିଷ୍କା ଦାସ, ମୃତ୍ୟୁଞ୍ଜୟ ବାରିକ, ଦୀପାଞ୍ଜଳି ବେହେରା, ବବିସ୍ମିତା ମଳିକ, ସୁରେଶ ସିଂ, ଇତିଶ୍ରୀ ସିଂ, ଭରଦ୍ବାଜ ସିଂ।
ବନଶ୍ରୀ ପାଠାଗାର ଏବଂ ନୂଆ ପ୍ରୟାସ ଆନୁକୁଲ୍ୟରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ସଭାପତି ଭାବେ ସଭାକାର୍ଯ୍ୟ ତୁଲାଇଥିଲେ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପାଣିଗ୍ରାହୀ । ମୁଖ୍ୟ ଅତିଥି ଭାବେ ସମାଜସେବୀ ପୂର୍ବାଶା ମହାନ୍ତି, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦୁର୍ଗାମାଧବ ପାଣିଗ୍ରାହୀ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅଜୟ ମହାପାତ୍ର ଏବଂ ମୁରଲୀଧର ପାଢ଼ୀ ସାମିଲ ଥିଲେ । ଲକ୍ଷ୍ମୀଧର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୂଆ ପ୍ରୟାସର ସଭାପତି ଜ୍ୟୋତି ରଞ୍ଜନ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ ପରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ବିଜୟ ବାରିକ ।
ଆହୁରି ପଢନ୍ତୁ- Job: ୮୦% ସ୍ଥାନୀୟ ନିଯୁକ୍ତି ଦେଲେ ଆମେ କାରଖାନାର ସମ୍ପ୍ରସାରଣରେ ସମର୍ଥନ କରିବୁ: ମୁଖ୍ୟମନ୍ତ୍ରୀ
/filters:format(webp)/sambad/media/media_files/2026/01/27/nua-prayash-2026-01-27-17-34-47.jpeg)
ମାଟ୍ରିକ ପରେ ପଢାରେ ଡୋରି ବାନ୍ଧୁଥିବା ଗରିବ ଅସହାୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ଯୁବ ଉଦ୍ୟୋଗୀ ରଞ୍ଜନ ସାମଲ ଇନଭାଇଟ ଇନସପାୟାର ସ୍ମଲାରସିପ୍ ଘୋଷଣା କରିଥିଲେ । ଦଶମରେ ଅଧିକ ମାର୍କ ରଖିଥିବା କୈଳାସ ଚନ୍ଦ୍ର ହାଇସ୍କୁର ମୃତ୍ୟୁଞ୍ଜୟ ବାରିକ ଏହି ବୃତ୍ତିପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଗାମୀ ୨ ବର୍ଷ ପାଇଁ ତାଙ୍କୁ ମାସିକ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ଅବସରରେ ଗ୍ରୀଷ୍ମଦିନରେ ପଶୁପକ୍ଷୀ ଏବଂ ବୃକ୍ଷକୁ ଜଳଦାନ କରି ଜୀବନ ବଞ୍ଚାଇଥିବା ଜଳବନ୍ଧୁ ଦେବେନ୍ଦ୍ର ରାଉତ ଏବଂ ଭାଗିରଥୀ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ଯକ୍ରମରେ ବନଶ୍ରୀ ପାଠାଗାର ଏବଂ ନୂଆ ପ୍ରୟାସର ସଦସ୍ୟ ସହଯୋଗ କରିଥିଲେ ।
/filters:format(webp)/sambad/media/media_files/2026/01/27/jalabandhu-2026-01-27-17-35-14.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/27/nua-prayash-group-2026-01-27-17-35-50.jpeg)