ନରେନ୍ଦ୍ର ପ୍ରଧାନ ଏସ୍‌ଡିସିସି ବ୍ୟାଙ୍କ ସଭାପତି ନିର୍ବାଚିତ

Advertisment
ନରେନ୍ଦ୍ର ପ୍ରଧାନ ଏସ୍‌ଡିସିସି ବ୍ୟାଙ୍କ ସଭାପତି ନିର୍ବାଚିତ

ବରଗଡ଼ : ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଭାବେ ନରେନ୍ଦ୍ର ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ବିଜେଡି ସମର୍ଥିତ ପ୍ରାର୍ଥୀ ଥିଲେ। ଗୁରୁବାର ଏଠାରେ ଏକ ହୋଟେଲ୍‌ରେ ଦଳୀୟ ନେତାଙ୍କୁ ନେଇ ବୈଠକ ବସିଥିଲା। ଏହାପରେ ନରେନ୍ଦ୍ର ଏକକ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦ୍ବ ରହିବା ନିଶ୍ଚିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାଙ୍କ ନାମ ସଭାପତି ଭାବେ ଘୋଷଣା କରାଯାଇଥିଲା। ବିଜେଡିର ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆଙ୍କ ସମେତ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe