କାରକୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ

କାରକୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ

image source-sambadenglish

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ହେଲେ ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଇଛି।

ସୂତ୍ରରୁ ପ୍ରକାଶ ଯେ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଆଜି ସକାଳେ ଭଣ୍ଡାରିପୋଖରୀ ଚେକ୍ ପୋଷ୍ଟ ଅଞ୍ଚଳରୁ ଭଦ୍ରକକୁ ଫେରୁଥିଲେ। ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା। ଯଦିଓ ଆରକ୍ଷୀ ଅଧୀକ୍ଷକ ଏବଂ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି, ତେବେ ଦୁର୍ଘଟଣାରେ କାରଟି ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ପରେ, ଭଣ୍ଡାରିପୋଖରୀ ପୁଲିସ ଖସି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଡ୍ରାଇଭରଙ୍କୁ କାବୁ କରିଥିଲା। ପୁଲିସ ତାଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe