ବଲାଙ୍ଗୀର: ଦିଲ୍ଲୀଠାରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଶ୍ରୀମତୀ ଗାନ୍ଧୀଙ୍କ ବାସଭବନରେ ଘଣ୍ଟାଏ ଧରି ଚାଲିଥିବା ଆଲୋଚନାରେ ଦେଶର ରାଜନୈତିକ ପରିସ୍ଥିତି ସଂପର୍କରେ ଉଭୟ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି ସିବିଆଇ ଏବଂ ଇଡିକୁ ବ୍ୟବହାର କରୁଥିବା ଶ୍ରୀ ମିଶ୍ର ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସମସ୍ୟା ବିରୋଧରେ କିପରି ଆଗାମୀ ଦିନରେ କଂଗ୍ରେସ ଲଢ଼ିବ ସେହି ଉପରେ ଉଭୟେ ଗୁରୁତ୍ବାରୋପ କରିଥିଲେ। ଇଲେକ୍ଟୋରାଲ୍ ବଣ୍ଡ ଆକାରରେ ଦଳୀୟ ପାଣ୍ଠି ସଂଗ୍ରହ ପ୍ରସଂଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ରାଜ୍ୟରେ ଦଳୀୟ ପ୍ରାର୍ଥୀ ଚୟନ ଓ ଆଗାମୀ ଦିନରେ ଦଳ ସାଂଗଠନିକ ସ୍ତରରେ କିପରି ମଜଭୁତ ହେବ, ତାହା ଏହି ସାକ୍ଷାତ ବେଳେ କଥା ହୋଇଥିବା ସୂଚନା ମିଳିଛି।
ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ନରସିଂହ
Advertisment
Follow Us