The New Indian Express
ଭୁବନେଶ୍ବର : ଶନିବାର ଦିନ ଗୃହରେ ଓଡ଼ିଶା ଅଗ୍ନିଶମ ସେବା (ସଂଶୋଧନ) ବିଧେୟକ, ୨୦୨୨ ଉପସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ବିଧେୟକ ଉପସ୍ଥାପନ କରିବାକୁ ଥିବାବେଳେ ତାଙ୍କ ସ୍ଥାନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ବିଧେୟକ ଉପସ୍ଥାପନ କରିଥିଲେ। ହେଲେ ବିଧେୟକ ପାଠ କରିବାବେଳେ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଦେଶ୍ୟ ଓ କାରଣ ନେଇ ଯାହା ପଢ଼ିବାର ଥିଲା ତାହାକୁ ମନ୍ତ୍ରୀ ଶ୍ରୀ ବେହେରା ପଢ଼ିଥିଲେ।
ଏହାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିରୋଧ କରିଥିଲେ। କହିଥିଲେ ଗୃହର ନିୟମ ଅନୁଯାୟୀ, ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଧେୟକ ଉପସ୍ଥାପନ କରୁଛନ୍ତି ଓ ଏଥିରେ କ’ଣ କ’ଣ ଅଛି ତାହା କହିବାର ଥିଲା। ମନ୍ତ୍ରୀ ଶ୍ରୀ ବେହେରା ନୂଆ କରି ଗୃହକୁ ଆସିଥିବାରୁ ଏନେଇ ଜାଣି ନଥାଇପାରନ୍ତି, କିନ୍ତୁ ଏହା ତାଙ୍କୁ ଜଣାଇବା ଦରକାର। ଅପରାହ୍ନ ଅଧିବେଶନ ମୁଲତବୀ ହେବା ପରେ ଶ୍ରୀ ମିଶ୍ର ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପାଖକୁ ଡାକି କିଛି ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା।
Follow Us