ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

Advertisment
ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର: କଂଗ୍ରେସ ସଭାରେ ଭାଷଣ ଦେଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ବରର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ସେଠାରେ ଭାଷଣ ଦେଉଥିବା ବେଳେ ହଠାତ ସେ ଛାତିକୁ ଧରି ତଳେ ବସିଯାଇଥିଲେ। ଏହାପରେ ତାଙ୍କୁ ତତକ୍ଷଣାତ୍ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ବରକୁ ଫେରିଥିଲେ। ଦୀର୍ଘ ସମୟର ଯାତ୍ରା ହେତୁ ନରସିଂହ ମିଶ୍ର କ୍ଳାନ୍ତ ହୋଇପଡ଼ିଥିଲେ।

ନରସିଂହ ମିଶ୍ର ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପ୍ରଶାନ୍ତ ସାହୁ କହିଛନ୍ତି। ସେ କହିଛନ୍ତି ଯେ  ନରସିଂହ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। ବ୍ଲଡସୁଗାର ସଂପୂର୍ଣ୍ଣ ଠିକ୍ ଅଛି। ହେଲେ ସେ କଣ ପାଇଁ ଅଚେତ ହେଲେ, ଜାଣିବାକୁ ତାଙ୍କୁ ଅବଜର୍ଭେସନରେ ରଖାଯାଇଛି। ଏବେ ତାଙ୍କର ବିଭିନ୍ନ ଡାକ୍ତରୀ ପରୀକ୍ଷା ଚାଲିଛି। ସମସ୍ତ ବିଷୟ ଅନୁଧ୍ୟାନ କଲାପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

ଏଣେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହା ସହିତ  ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ଏନେଇ ନବୀନ ପଟ୍ଟନାୟକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe