ଭୁବନେଶ୍ବର: ରାତିଅଧିଆ ଜିପିଆରଏସ ସର୍ଭେ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ପ୍ରଶ୍ନ ଉଠାଇବା ପରେ କଂଗ୍ରେସ ଓ ବିଜେଡି ପକ୍ଷରୁ ବି ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଘନ ଅନ୍ଧକାର ଭିତରେ ଚୋର ଓ ଡକାୟତମାନେ କାମ କରନ୍ତି। ଯେଉଁମାନେ କିଛି ଲୁଚାଇବା ପାଇଁ ଚାହାଁନ୍ତି ସେମାନେ ଏପରି ଘନ ଅନ୍ଧକାର ଭିତରେ କାମ କରନ୍ତି। ସେ ରାତିଅଧିଆ କାମ ବନ୍ଦ କରନ୍ତୁ। ଦିନ ବେଳା ଲୋକଲୋଚନରେ କାମ କରିବା ପାଇଁ ବାଧା କେଉଁଠି ରହିଛି। ଯଦି ସ୍ୱଚ୍ଛ ସେମାନେ ତେବେ ଦିନ ବେଳେ କାମ କାହିଁକି କରୁନାହାନ୍ତି। ଆଉ ମନରେ ପ୍ରଶ୍ନ ଉଠୁଛି ଗୃହ କମିଟି କାହିଁକି ଦିନ ବେଳେ ଯାଇ ଅନୁସନ୍ଧାନ କରୁ ନାହିଁ। ଗୃହ କମିଟି ଏଭିଡେନ୍ସ ରେକର୍ଡ କରି ପାରିବ ଓ ସବୁ ଡକ୍ୟୁମେଣ୍ଟ ମାଗି ପାରିବ।ଗୋଟେ ସର୍ବଦଳୀୟ କମିଟିଠାରୁ ଅନ୍ୟ କେହି ଭଲ ତଦନ୍ତ କରି ପାରିବେ ନାହିଁ।
ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିବି ସେ ନିଜେ ଏଥିରେ ହସ୍ତକ୍ଷେପ କରନ୍ତୁ। ଆଉ ଗୃହ କମିଟି ଯାଇ ଦିନ ବେଳେ ଅନୁସନ୍ଧାନ କରୁ। ସମସ୍ତ କାଗଜପତ୍ର ମାଗି ଦେଖୁ ଆଉ ରିପୋର୍ଟ କିପରି ଶୀଘ୍ର ଦିଆଯିବ ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଉଦ୍ୟମ କରୁ। ଦିନ ବେଳେ କାମ ହେଉ। ଏଏସଆଇ ଓ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ଲଗାଇ କାମ କରନ୍ତୁ। ପ୍ରତ୍ନତାତ୍ତ୍ୱିକ ବିଭାଗର ବିନା ଅନୁମତିରେ କିଛି ହୋଇ ପାରିବ ନାହିଁ। ମୁଁ ଆଶା କରୁଛି ଡେରିରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କର ଜ୍ଞାନ ଉଦୟ ହେବ। ଯାହା ବି ରିଜୋଲ୍ୟୁସନ ହୋଇଛି ସେଥିରୁ ପ୍ରମାଣିତ ଯେ ସରକାର କିଛି ଭୁଲ କରିଥିଲେ, ତେଣୁ ଶୀଘ୍ର ଏ ଘଟଣାର ଫଇସଲା କରଯାଉ।
Times of indiaଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ରାତିଅଧିଆ ଜିପିଆରଏସ୍ ସର୍ଭେ ଓ ସମ୍ବିତ ପାତ୍ରଙ୍କ ଟାର୍ଗେଟକୁ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଯାହା ଚାଲିଛି ସେ ବିଷୟରେ ରାଜ୍ୟ ସରକାର ମଝିରେ ମଝିରେ ଆଉ ଜିଲ୍ଲାପାଳ ଓ ପୁରୀର ସାଂସଦ ବିବୃତି ଦେଇ ଆସୁଛନ୍ତି। ତେଣୁ ଏ ବିଷୟରେ ଅଧିକ କିଛି କହିବା ଠିକ ହେବ ନାହିଁ।
Follow Us