ଭୁବନେଶ୍ବର: ହାରିଲା ବାଘ, ଜିତିଲା ମଣିଷ । ବାଘ-ମଣିଷ ଲଢେଇରେ ଶେଷରେ ଜିତିଲେ ଯୁବକ । ସାରା ରାତି ଜୀବନ ବଞ୍ଚାଇବାକୁ ଜାରି ରଖିଥିବା ସଂଘର୍ଷରେ ପଡିଲା ପୂର୍ଣ୍ଣଚ୍ଛେଦ ଆଉ ଛୁରୀରେ ଭୁସି ବାଘକୁ ହତ୍ୟା କରିବା ପରେ ଶେଷ ଜଙ୍ଗଲୀ ଜନ୍ତ କବଳରୁ ନିଜ ଜୀବନକୁ ବଞ୍ଚାଇ ପାରିଲେ ସାହସୀ ଯୁବକ । ସିନେମା ପରି ଲାଗୁଥିବା ଏ ଲୋମଟାଙ୍କୁରା କାହାଣୀ ଆସିଛି କଟକ ନରସିଂହପୁରରୁ ।
ଆହୁରି ପଢନ୍ତୁ- EU-India Agreement: ୟୁରୋପ ସହ ଭାରତର ବଡ଼ ଡିଲ୍: ଶସ୍ତା ହେବ ଏହିସବୁ ଜିନିଷ...
ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ରାତି ପ୍ରାୟ ୧୨ଟା… ହଠାତ୍ ଜୟପୁର ସ୍ଥିତ ଫାର୍ମ ହାଉସରେ କୁକୁରମାନେ ଭୁକିବାକୁ ଲାଗିଲେ… କଲରା ପତାରିଆ ବାଘକୁ ଦେଖି କୁକୁରମାନେ ଯେ ଭୁକୁଛନ୍ତି ତାହା କେହି କଳନା କରିନଥିଲେ । କୁକୁର-ବାଘର ଛକାପଞ୍ଝା ଭିତରେ ଶୁଭ୍ରାଂଶୁ ଭୋଳ ନାମକ ଯୁବକ ଯେତେବେଳେ ଘଟଣା କଣ ଜାଣିବାକୁ ଗେଟ୍ ଖୋଲନ୍ତି ହଠାତ୍ ସେତିକିବେଳେ ଯୁବକଙ୍କ ଉପରକୁ ଲମ୍ଫ ମାରି ବାଘ । ଆଉ ତାପରେ ଚାଲେ ବାଘ-ମଣିଷର ଲମ୍ବା ଲଢେଇ…
ଆହୁରି ପଢନ୍ତୁ- Dharmendra Pradhan: ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଜୀବନ ବଞ୍ଚାଇବାକୁ ଆଉ ବାଘ ମୁହଁରୁ ବର୍ତ୍ତିବାକୁ ନିଜର ସମସ୍ତ ବଳ ଲଗାଇ ଦିଅନ୍ତି ଶୁଭ୍ରାଂଶୁ । ଚିତାର ଆକ୍ରମଣ ଆଉ ତା ବଳ ଆଗରେ ଲହୁ ଲୁହାଣ ହୋଇଯାଆନ୍ତି ଯୁବକ । ମୁନିଆ ନଖରେ ଆଞ୍ଚୁଡ଼ି ଓ ତୀକ୍ଷ୍ଣ ଦାନ୍ତରେ କାମୁଡି ଶୁଭ୍ରାଂଶୁଙ୍କୁ ବାଘ ଆହତ କରିଥିଲେ ବି ସାହସ ହରାଇନଥିଲେ ସିଏ… ଶେଷରେ ରୋଷେଇ ଘରେ ଏକ ଧାରୁଆ ଛୁରୀ ଉପରେ ହାତ ପଡିଯିବା ପରେ ସେହି ଛୁରୀରେ ହିଁ ଚିତାକୁ ବାରମ୍ବାର ଆଘାତ ଦେଇ ତାକୁ ପରାସ୍ତ କରିଥିଲେ… ଆଉ ଶେଷରେ ଜୀବନ ପାଇଁ ବାଘ-ମଣିଷ ଲଢେଇରେ ହାରିଗଲା ଚିତା ଏବଂ ଜିତିଗଲେ ସାହସୀ ଯୁବକ ଶୁଭ୍ରାଂଶୁ…
ଆହତ ଯୁବକ ଶୁଭ୍ରାଂଶୁ ଭୋଳଙ୍କୁ ସଙ୍ଗେସଙ୍ଗେ କଟକ ରେଫର କରାଯାଇଥିଲା ଆଉ ବନ ବିଭାଗ ଚିତାର ମୃତଦେହକୁ ଉଦ୍ଧାର କପିଛି । ତେବେ ବାଘଟି ଆକ୍ରମଣ କରିବା ପୂର୍ବରୁ ଫାର୍ମ ହାଉସରେ ଥିବା ଏକାଧିକ ବାଇକ ଏବଂ ଟ୍ରାକ୍ଟରକୁ ଭାଙ୍ଗିରୁଜି ଦେଇଛି । ବାଘଟି ପୂର୍ବରୁ ଖଣ୍ଡିଆ ହୋଇ ଏଣେ ତେଣେ ଘୁରି ବୁଲୁଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/24/tiger-2026-01-24-22-26-04.jpeg)