ମନ୍ତ୍ରୀ ଠୋସ୍ ଉତ୍ତର ନ ଦେବାରୁ ନରସିଂହଙ୍କ କ୍ଷୋଭ

Advertisment
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଇନାହାନ୍ତି କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

Sambad English

ଭୁବନେଶ୍ବର : ଚାଷୀ ଉତ୍ତମ ମାନର ଧାନ ବିହନ ବ୍ୟବହାର କଲେ ପ୍ରତି ଏକରରେ କେତେ କ୍ବିଣ୍ଟାଲ ଧାନ ଉତ୍ପାଦନ କରିବ? ଯେତେ ଉତ୍ପାଦନ କରିବ, ତାହାକୁ ଚାଷୀ ବିକ୍ରି କେଉଁଠି କରିବ? ବିଧାନସଭାର ପ୍ରଶ୍ନକାଳରେ ବିହନ ସମ୍ପର୍କିତ ଏକ ପ୍ରଶ୍ନୋତ୍ତର ଚାଲିଥିଲା ବେଳେ କୃଷି ମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଉତ୍ତରରେ ମନ୍ତ୍ରୀ କହିଥିଲେ, ଧାନ କିଣିବା ଆମ କାମ ନୁହେଁ। ଧାନ ଉତ୍ପାଦନ ସ୍ଥାନୀୟ ଜଳବାୟୂ ଉପରେ ନିର୍ଭର କରେ। ଅଞ୍ଚଳ ଭିତ୍ତିରେ ଏହା ଭିନ୍ନ ଭିନ୍ନ ହେବ।

ପ୍ରଶ୍ନକାଳରେ ମନ୍ତ୍ରୀ ଧାନ ଉତ୍ପାଦନ ନେଇ ନିର୍ଦ୍ଦିଷ୍ଟ ଉତ୍ତର ନ ଦେଇଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ। ପରେ ଶୂନ୍ୟକାଳରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଉନ୍ନତମାନର ବିହନରୁ କେତେ ଧାନ ଉତ୍ପାଦନ ହେବ ସେହି ତଥ୍ୟ ସରକାରଙ୍କ ପାଖରେ ନ ଥିବା ଆଶ୍ଚର୍ଯ୍ୟର ବିଷୟ। ଚାଷୀଙ୍କ ପାଇଁ ସରକାର କୁମ୍ଭୀର କାନ୍ଦଣା ମାଗୁଛନ୍ତି। କିନ୍ତୁ ଅଧିକ ଧାନ ହେଲେ ଚାଷୀ କେଉଁଠି ବିକିବ, ତାହାର ଉତ୍ତର ଠିକ୍ ଭାବେ ମିଳୁନି। ମନ୍ତ୍ରୀ ଏପଟ ସେପଟ କରି ଉତ୍ତର ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe