ଟ୍ଵିନ୍‌ସିଟିରେ ‘ଫନି’ ପ୍ରଳୟ ରଚିଲା ପରେ ନାସା ଜାରି କଲା ଫଟୋ, ପ୍ରଳୟ ପରେ ଟ୍ଵିନ୍‌ସିଟିରେ କେମିତି ରାଜୁତି କରୁଥିଲା ଅନ୍ଧକାର

ଟ୍ଵିନ୍‌ସିଟିରେ ‘ଫନି’ ପ୍ରଳୟ ରଚିଲା ପରେ ନାସା ଜାରି କଲା ଫଟୋ, ପ୍ରଳୟ ପରେ ଟ୍ଵିନ୍‌ସିଟିରେ କେମିତି ରାଜୁତି କରୁଥିଲା ଅନ୍ଧକାର

HT

ଭୁବନେଶ୍ୱର: ଚକ୍ରବାତ ‘ଫନି’ ଟ୍ଵିନ୍‌ସିଟି; କଟକ- ଭୁବନେଶ୍ୱରରେ ପ୍ରଳୟ ରଚିଛି। ଟ୍ଵିନ୍‌ସିଟି କଟକ- ଭୁବନେଶ୍ୱରର କୁମାରୀ ଚେହେରାକୁ କରି ଦେଇଛି ବିଦୀର୍ଣ୍ଣ। ଫନିର ତାଣ୍ଡବ ନୃତ୍ୟରେ ଟ୍ଵିନ୍‌ସିଟିର ହଜାର ହଜାର ବିଦ୍ୟୁତ ଖୁଣ୍ଟ ଧରାଶାୟୀ ହୋଇ ମାଟି ଉପରେ ମାଡ଼ିମକଚି ହୋଇ ପଡ଼ିଥିବା ବେଳେ ଛିଣ୍ଡି ଯାଇଛି ହଜାର ହଜାର କିଲୋମିଟର ଲମ୍ବର ବିଦ୍ୟୁତ ତାର ସବୁ। ‘ଫନି’ ଟ୍ଵିନ୍‌ସିଟିରେ ପ୍ରଳୟ ରଚାଇ ଚାଲିଯିବା ପରେ ଉଭୟ ସହରକୁ ଛାଡ଼ିଦେଇ ଯାଇଛି ଘନ ଅନ୍ଧକାର ମଧ୍ୟରେ। ସଂଜ ନଇଁଲା ପରେ ଉଭୟ ସହରରେ ରାଜୁତି କରୁଛି ଘନ ଅନ୍ଧକାର। ବିଦ୍ୟୁତ ଶକ୍ତି ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ଟ୍ଵିନ୍‌ସିଟି ବାସିନ୍ଦା ଏବେ ବିନା ବିଦ୍ୟୁତରେ ଜଡ଼ ପାଲଟି ଯାଇଛନ୍ତି। ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ପ୍ରଶ୍ନ କେବେ ଆସିବ ବିଦ୍ୟୁତ୍‌।

ଏପରି ସ୍ଥିତିରେ ମେ’ ୩ ପରେ ଦୀର୍ଘ ୫ ଦିନ ଧରି ଅନ୍ଧାରରେ ରହିଥିଲା ଟ୍ଵିନ୍‌ସିଟି। କଟକ ଓ ଭୁବନେଶ୍ୱର ସହରର ବିଜୁଳି ଥିବା ଓ ନଥିବା ବେଳର ଫଟୋ ସେୟାର୍‌ କରିଛି ଆମେରିକୀୟ ସ୍ପେସ୍‌ ଏଜେନ୍‌ସି ‘ନାସା’। ‘ନାସା’ ସେୟାର୍‌ କରିଥିବା ଫଟୋଗୁଡ଼ିକ ବାତ୍ୟା ସ୍ଥଳ ଭାଗରେ ପ୍ରବେଶ କରିବାର ଦୁଇ ଦିନ ପୂର୍ବ ଓ ଦୁଇ ଦିନ ପରର। ଅର୍ଥାତ୍‌ ଏପ୍ରିଲ୍‌ ୩୦ ତାରିଖ ଏବଂ ମେ ୫ ତାରିଖର। ଏଥିରେ ଓଡ଼ିଶାର ଦୁଇ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରର ରାତ୍ରୀକାଳୀନ ଦୃଶ୍ୟ ଦେଖାଯାଉଛି। ୧୯୯୯ର ମହାବାତ୍ୟା ପରେ ‘ଫନି’ ହେଉଛି ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷତି କରିଥିବା ସାମୁଦ୍ରିକ ଚକ୍ରବାତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe