Cuttack: Image Source: India Today
ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ‘ଫନି’ ପରେ ଓଡ଼ିଶାର ଅନ୍ୟାନ୍ୟ କେତେକ ଅଞ୍ଚଳ ସହ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କଟକ ଓ ଭୁବନେଶ୍ୱର ସହରର ବିଜୁଳି ଥିବା ଓ ନ ଥିବା ବେଳର ଫଟୋ ସେୟାର୍ କରିଛି ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’।
Bhubaneswar : Image Sourve: Zee Newsଗଛବୃଚ୍ଛ, ଘରଦ୍ୱାର ଧ୍ୱଂସକରିବା ସହ ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁଁ ବିଜୁଳି ଯୋଗାଣ ପ୍ରଭାବିତ ହେବାରୁ ପ୍ରାୟ ୩. ୫ ନିୟୁତ ଘରକୁ ବିଜୁଳି ଯୋଗାଣ ହୋଇ ନ ପାରି ନ ଥିଲା।
‘ନାସା’ ସେୟାର୍ କରିଥିବା ଫଟୋଗୁଡ଼ିକ ବାତ୍ୟା ସ୍ଥଳ ଭାଗରେ ପ୍ରବେଶ କରିବାର ଦୁଇ ଦିନ ପୂର୍ବ ଓ ଦୁଇ ଦିନ ପରର। ଅର୍ଥାତ୍ ଏପ୍ରିଲ୍ ୩୦ ତାରିଖ ଏବଂ ମେ ୫ ତାରିଖର। ଏଥିରେ ଓଡ଼ିଶାର ଦୁଇ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରର ରାତ୍ରୀକାଳୀନ ଦୃଶ୍ୟ ଦେଖାଯାଉଛି।
୧୯୯୯ ସୁପର ସାଇକ୍ଲୋନ୍ ପରେ ‘ଫନି’ ହେଉଛି ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷତି କରିଥିବା ସାମୁଦ୍ରକ ବାତ୍ୟା। ଭୂଭାଗ ପ୍ରବେଶ ସମୟରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାରୁ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାଛଡ଼ା ସମଗ୍ର ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଇଲାକାରେ ମଧ୍ୟ ଅକଳନୀୟ କ୍ଷତି ହୋଇଛି।
Follow Us