ନାସିର ଖାଁ ଚିଟ୍‌ଫଣ୍ଡ ମାମଲା : ହାଇକୋର୍ଟରେ ସିବିଆଇର ଷ୍ଟାଟସ୍‌ ରିପୋର୍ଟ ଦାଖଲ

Advertisment
ନାସିର ଖାଁ ଚିଟ୍‌ଫଣ୍ଡ ମାମଲା : ହାଇକୋର୍ଟରେ ସିବିଆଇର ଷ୍ଟାଟସ୍‌ ରିପୋର୍ଟ ଦାଖଲ

କଟକ : ‘ସ୍ୟାଡୋ’ ଫିଲ୍ମର ନାୟକ ତଥା ଦୃଷ୍ଟିହୀନ ଅଭିନେତା ମହମ୍ମଦ ନାସିର ଖାଁଙ୍କ ଚିଟଫଣ୍ଡ ସଂସ୍ଥା ଫାଇନ ଇଣ୍ଡିସେଲ୍ସ ପ୍ରାଇଭେଟ ଲିମିଟେଡର ଜମାକାରୀଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ମାମଲାର ଆଜି ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଦ୍ୱାରା ଗଠିତ ଅଲ୍‌ ଇଣ୍ଡିଆ ନେଟଓ୍ଵର୍କର େଓ୍ଵଲଫେୟାର ସଂସ୍ଥା ପକ୍ଷରୁ ଦାୟର ମାମଲାର ଶୁଣାଣି ସମୟରେ ସିବିଆଇ ପକ୍ଷରୁ ଏହି ଠକେଇ ନେଇ ରୁଜୁ ମାମଲାର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ଏଥି ସହିତ ଚାର୍ଜସିଟର କପି ମଧ୍ୟ ସିବିଆଇ ହାଇକୋର୍ଟରେ ଦାଖଲ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe