ନାଟମଣ୍ଡପ ଧାଡ଼ିଦର୍ଶନ ବ୍ୟବସ୍ଥା: ଭୁବନେଶ୍ବରରେ ତିଆରି ଚାଲିଛି କାଠରାମ୍ପ୍‌

ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଧାଡ଼ିଦର୍ଶନ ବ୍ୟବସ୍ଥା। ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୦ ତାରିଖ ପରେ.....

ssfsf

ପୁରୀ: ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଧାଡ଼ିଦର୍ଶନ ବ୍ୟବସ୍ଥା। ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୦ ତାରିଖ ପରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ସେପଟେ ଏହି ନୂଆ ବ୍ୟବସ୍ଥା ପୂର୍ବରୁ ଭୁବନେଶ୍ବରରେ ଏହି କାଠରାମ୍ପ୍‌ ନିର୍ମାଣ ଚାଲିଛି। ଦିଲ୍ଲୀପ ଖଟେଇ ଏହି କାମ ନେଇଛନ୍ତି ଓ କାଠରାମ୍ପ୍‌ ନିର୍ମାଣ କରୁଛନ୍ତି ବୋଲି ଜଣାପଡ଼ିଛି। ସିଡି ଭଳି ଏକାଧିକ କାଠକୁନ୍ଦରେ ଏହି ରାମ୍ପ୍‌ ନିର୍ମାଣ କରାଯାଉଛି।

ମଝିରେ ସାଦା ପଟା ଲଗାଯାଇଥିବା ବେଳେ ଦୁଇପାର୍ଶ୍ବରେ କାଠକୁନ୍ଦ ସବୁ ଲାଗିଛି। ସୂଚନାଯୋଗ୍ୟ, ନାଟମଣ୍ଡପର ନୂଆ ଧାଡ଼ିଦର୍ଶନ ବ୍ୟବସ୍ଥାରେ ଭକ୍ତମାନେ ସାତପାହାଚଠାରୁ ନାଟମଣ୍ଡପରେ ପ୍ରବେଶ ପରେ ଗରୁଡ଼ସ୍ତମ୍ଭଙ୍କୁ ମୁଣ୍ଡିଆ ମାରି ହୁଣ୍ଡି ଥିବା ସ୍ଥାନରୁ ଧାଡ଼ିରେ ପ୍ରବେଶ କରିବେ। ଭକ୍ତଙ୍କ ପାଇଁ ୬ଟି ଧାଡ଼ି କରାଯିବ। ପ୍ରଥମ ତିନିଧାଡ଼ି ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଆଦିଙ୍କ ପାଇଁ ରହିବ। ଅବଶିଷ୍ଟ ତିନିଧାଡ଼ି ପୁରୁଷଙ୍କ ପାଇଁ ରହିବ। ପ୍ରତି କାଠରାମ୍ପ୍‌ର ଉଚ୍ଚତା ଅନ୍ୟଠାରୁ ୪ ଇଞ୍ଚ ଉଚ୍ଚରେ ରହିବ। ସେହି ଅନୁସାରେ ଆଗରେ ଭକ୍ତମାନେ ରହିଲେ ବି କାଠରାମ୍ପ୍‌ରେ ଯାଉଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନରେ କୌଣସି ଅସୁବିଧା ହେବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe