କରୋନା ସଂକ୍ରମଣ ସଚେତନତା ନେଇ ଅନଲାଇନରେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

Advertisment
କରୋନା ସଂକ୍ରମଣ ସଚେତନତା ନେଇ ଅନଲାଇନରେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଧଉଳି : ମହାମାରୀ କରୋନାକୁ ବିନାଶ କରିବା ପାଇଁ ଜନଜାଗରଣ ସୃଷ୍ଟି କରିବା ତଥା ସମାଜକୁ ସୁସ୍ଥ ରଖିବାର ପ୍ରୟାସ ନେଇ ଇଷ୍ଟର୍ଣ୍ଣ ଫାଉ‌ଣ୍ଡେସନ୍‌ ଅଫ ଆର୍ଟ ଆଣ୍ଡ କଲଚର୍‌, ଓଡ଼ିଶା ପକ୍ଷରୁ ଦୁଇ ଦିନିଆ ଜାତୀୟ ଚିତ୍ରକଳା ଶିବିର ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ୨୩ଟି ରାଜ୍ୟର ୪୦୦ ଚିତ୍ରଶିଳ୍ପୀ ସାମାଜିକ ଦୂରତା ରକ୍ଷା କରି ଅନ୍‌ଲାଇନ୍‌‌ରେ ସେମାନଙ୍କର ପେଣ୍ଟିଂ, ବ୍ୟଙ୍ଗଚିତ୍ର, ରେଖାଚିତ୍ର, ଗ୍ରାଫିକ୍‌ ଚିତ୍ର, ଡିଜିଟାଲ ଆର୍ଟ ଓ ଭାସ୍କର୍ଯ୍ୟ କଳା ନିପୁଣତା ପ୍ରଦର୍ଶନ କରିଛନ୍ତି। ଏହି ଦୁଇ ଦିନରେ ଶିଳ୍ପୀମାନଙ୍କ ଦ୍ବାରା ନିର୍ମିତ ଚିତ୍ର ସୋସିଆଲ ମିଡିଆରେ ଅପଲୋଡ୍‌ କରି ଲୋକଙ୍କୁ ‘କରୋନା’ ସଂପର୍କିତ ସଚେତନ କରାଯିବ।

publive-image

ଏହି କାର୍ଯ୍ୟକ୍ରମରେ କାଶ୍ମୀରଠାରୁ କେରଳ ଓ ରାଜସ୍ଥାନରୁ ଓଡ଼ିଶା ପର୍ଯ୍ୟନ୍ତ ସମସ୍ତ ରାଜ୍ୟର ଶିଳ୍ପୀମାନେ ଭାଗ ନେଇଛନ୍ତି ବୋଲି ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ସୂଚନା ଦେଇଛନ୍ତି। ଫାଉଣ୍ଡେସନ୍‌ର ସଭାପତି ପ୍ରଦୀପ୍ତ ଦାଶ ଓ ଅଧ୍ୟାପକ ବିଶ୍ବକାନ୍ତ ପଣ୍ଡା ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଧଉଳି ଆର୍ଟ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe