ରୁଦ୍ରରଞ୍ଜନ ଶେଜପଡ଼ାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍‌ ଇଡିଅଟ୍‌’କୁ ଜାତୀୟ ପୁରସ୍କାର

Advertisment
ରୁଦ୍ରରଞ୍ଜନ ଶେଜପଡ଼ାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍‌ ଇଡିଅଟ୍‌’କୁ ଜାତୀୟ ପୁରସ୍କାର

ବାଲେଶ୍ବର: ଯୁବ ସାହିତ୍ୟିକ ତଥା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଞ୍ଜନ ଶେଜପଡ଼ାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଏକ ଇଡିଅଟ୍‌’କୁ ଦିଲ୍ଲୀଠାରେ ଜାତୀୟ ଶୋଭନା ଫିଲ୍ମ ଫେଷ୍ଟିଭାଲ୍‌-୨୦’ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଛାତ୍ରଛାତ୍ରୀଙ୍କ ମନସ୍ତତ୍ବ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ସେହିପରି ସ୍ବଚ୍ଛତା ଉପରେ ଆଧାରିତ ଶ୍ରୀ ଶେଜପଡ଼ାଙ୍କ ଇଂରାଜୀ ଚଳଚ୍ଚିତ୍ର ‘ଆଇଡେଣ୍ଟିଟି’ରେ ଅଭିନୟ କରିଥିବା ବାଲେଶ୍ବର ଖପରାପଦାର ‘ହିରୋ’ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଛନ୍ତି। ମଙ୍ଗଳବାର ଶୋଭନା ୱେଲ୍‌ଫେୟାର ସୋସାଇଟି ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପରିଚାଳକ ସୁମିତ ପ୍ରତାପ ସିଂହ ଓ ଚୟନ କମିଟିର ସଦସ୍ୟ ଅମୀୟ ଭାନୁ ଧଳ ପୁରସ୍କାର ଘୋଷଣା କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ଶେଜପଡ଼ା ଉଭୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ‘ହିରୋ’ ଓ ବବ୍‌ଲୁ, ସତ୍ୟନାରାୟଣ ରାଉତରାୟ, ରମାକାନ୍ତ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

publive-image

ଉଲ୍ଲେଖଥାଉକି, ଶ୍ରୀ ଶେଜପଡ଼ାଙ୍କ ଚଳଚ୍ଚିତ୍ର ନିର୍ମାଣ ଏକ ନିଶା ହୋଇଥିବା ବେଳେ ପେଶାରେ ସେ ଜଣେ ସାମ୍ବାଦିକ। ସାହିତ୍ୟିକ ଭାବେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ବର୍ତ୍ତମାନ ସେ ‘ସମ୍ବାଦ’ ଉତ୍ତରଓଡ଼ିଶା ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଶେଜପଡ଼ାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଝାଡ଼ପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe