ମହାକାଳପଡ଼ା : ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ କେନ୍ଦ୍ରାପଡାର ଦୁଇ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ଆସିଛି। ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଏହି ଖବର ପ୍ରଚାରିତ ହେବା ପରେ ଖାଲି ସେମାନଙ୍କ ପରିବାର ନୁହେଁ, ସାରା ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ସମଗ୍ର ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିବା ଏହି ଦୁଇ ଭଉଣୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୁଇଟ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୀତୁଆ ରାତିରେ ଜୁଆରିଆ ନଦୀ ଓ କୁମ୍ଭୀର ମୁହଁରୁ ନିଜ ଜୀବନକୁ ବିପନ୍ନ କରି ସେମାନେ ଯେଉଁଭଳି ଲୋକମାନଙ୍କ ଜୀବନ ରକ୍ଷା କରିଛନ୍ତି , ତାହା ସମସ୍ତଙ୍କ ପାଇଁ ଉଦାହରଣ ଓ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି।
ଜାତୀୟ ସାହସିକତା ପୁରସ୍କାର: ଟୁଇଟ୍ କରି ଦୁଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Advertisment
Follow Us