DNA India
ହସ୍ତକ୍ଷେପ କଲେ ଜାତୀୟ ଏସ୍ଟି କମିସନ୍
ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ମାଲକାନଗିରିରେ ଆଦିବାସୀ ମହିଳା ଓ ସୁନ୍ଦରଗଡ଼ରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଏସ୍ଟି କମିସନ୍। ଆଜି ରାଜ୍ୟ ବିଜେପି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଗଲା ପରେ କମିସନ୍ ତାହାକୁ ଆଧାର କରି ଉଭୟ ଜିଲ୍ଲାର ଜିଲ୍ଲପାାଳ ଓ ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ଉଭୟ ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ସହ ତଦନ୍ତର ଅଗ୍ରଗତି ନେଇ ଜଣାଇବାକୁ କମିସନ୍ଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
କମିସନ୍ଙ୍କ ପକ୍ଷରୁ ଦିଆଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ ଉଭୟ ଘଟଣାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ପ୍ରତି ଏଟ୍ରୋସିିଟି ଜଣାପଡ଼ୁଛି। ତେଣୁ ଏହି ଘଟଣା ସମ୍ପର୍କରେ ୧୫ ଦିନ ଭିତରେ କମିସନ୍ଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନ୍ କହିଛନ୍ତି। ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ ଆଇନ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଉଭୟ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ଯଥେଷ୍ଟ କ୍ଷତିପୂରଣ ଦେବା ସହ ସେମାନଙ୍କୁ ଥଇଥାନ କରିବାକୁ କୁହାଯାଇଛି। ଏହି ଘଟଣାରେ ଚୂଡ଼ାନ୍ତ ରାୟ ଆସିବା ଯାଏ ପରିବାର ସଦସ୍ୟଙ୍କୁ ପୁଲିସ୍ ସୁରକ୍ଷା ଦେବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।
Follow Us