୧୨୨ ସାଇରନ୍‌ ଟାଓ୍ଵାରରୁ ମିଳିବ ବିପର୍ଯ୍ୟୟ ସମ୍ପର୍କିତ ସତର୍କ ସୂଚନା, ନଭେମ୍ବର ୧୫ରେ ହେବ ଉଦ୍‌ଘାଟନ

Advertisment

ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ନବୀନଙ୍କ ଦ୍ୱାରା ମଡ଼େଲ ଉନ୍ମୋଚନ

ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ନବୀନଙ୍କ ଦ୍ୱାରା ମଡ଼େଲ ଉନ୍ମୋଚନ

ବିଜେପୁରକୁ ୧୨୪୬ କୋଟି, ଉଠା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ୧୨୨ଟି ସାଇରନ୍‌ ଟାଓ୍ଵାର ନିର୍ମାଣ ଚାଲିଛି। ସୁନାମୀ ଓ ବାତ୍ୟା ପୂର୍ବରୁ ଏହି ମେସିନ ଗୁଡ଼ିକ ସୂଚନା ଦେବ। ଫଳରେ ମଣିଷ ଓ ପଶୁମାନେ ବଞ୍ଚିଯିବେ। ବିପର୍ଯ୍ୟୟର ୨ଘଣ୍ଟା ପୂର୍ବରୁ ଏହି ସାଇରନ୍‌ ଟାଓ୍ଵାରରୁ ଶବ୍ଦ ଆସିବ। ନିର୍ମାଣ ଚାଲିଥିବା ଟାଓ୍ଵାର ଗୁଡ଼ିକର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସାଇରନ୍‌ ଟାଓ୍ଵାରର ମଡ଼େଲ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ସବୁବେଳେ ପ୍ରସ୍ତୁତ। ଏହାରି ମୁକାବିଲା ପାଇଁ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ନବୀନ କହିଛନ୍ତି।

ସୂଚନାଯୋଗ୍ୟ, ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ସାଇରନ୍‌ ଟାଓ୍ଵାର ଗୁଡ଼ିକ ଆଗାମୀ ନଭେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନନ କରିବେ। ଏହି ଟାଓ୍ଵାରରୁ ୨.୫ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବ। ଅନ୍ୟପକ୍ଷରେ ଗଣଶିକ୍ଷା ସଚିବ, ଆସନ୍ତା ବର୍ଷ ଠାରୁ ପାଠ୍ୟକ୍ରମରେ ବିପର୍ଯ୍ୟୟ ପ୍ରଶମନ ବିଷୟ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ସ୍କୁଲ ପିଲାମାନଙ୍କୁ ସତର୍କକରିବା ଲାଗି ସରକାର ଏହାରି ଉପରେ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe