ହକ୍‌ ପାଇଁ ଲଢ଼େଇ ଏବେ ଦିଲ୍ଲୀରେ

Advertisment

ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି ୫ହଜାର ଚାଷୀ

ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି ୫ହଜାର ଚାଷୀ

ହକ୍‌ ପାଇଁ ଲଢ଼େଇ ଏବେ ଦିଲ୍ଲୀରେ

ଭୁବନେଶ୍ୱର : ଚାଷୀ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିର ସ୍ୱର ଏବେ ଦିଲ୍ଲୀରେ ଶୁଣିବାକୁ ମିଳିବ। ନବ ନିର୍ମାଣ କୃଷକ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରାୟ ୫ହଜାର ଚାଷୀ ସଂଗଠନର ମୁଖ୍ୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଯୋଗେ ନୂଆଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ୧୧ତାରିଖରେ ନୂଆଦିଲ୍ଲୀରେ ୨୨ଟି ରାଜ୍ୟର ଚାଷୀ ଯୋଗଦେଇ ସେମାନଙ୍କ ହକ୍‌ ପାଇଁ ଆନ୍ଦୋଳନ କରିବେ। ଏଥିରେ ଓଡ଼ିଶାର କୃଷକମାନେ ବି ସାମିଲ୍‌ ହେବେ।

ନିଜ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ ଦାବିରେ ଚାଷୀମାନେ ଆନ୍ଦୋଳନ କରିବେ। ରାଜ୍ୟସ୍ତରରେ ଚାଷୀମାନେ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରିବା ପରେ ବି ସମସ୍ୟାର ସମାଧାନ ନ ହେବାରୁ ଏବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଚାଷୀମାନେ ନୂଆଦିଲ୍ଲୀରେ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶର ଚାଷୀଙ୍କ ପାଇଁ ସର୍ବନିମ୍ନ ପେନସନ୍‌ ଦାବି ମୁଖ୍ୟ ପ୍ରସଙ୍ଗ ହେବ।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ସମ୍ମିଳନୀରେ ବହୁ କୃଷକ ନେତା, ସମାଜସେବୀ, ବୁଦ୍ଧିଜୀବୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe