ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଜାତୀୟ ମହୋତ୍ସବ ଘୋଷଣା କରିବା ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ୭୫ ବର୍ଷରେ ପଦାର୍ପଣ କରିସାରିଥିବାରୁ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚକୁ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଜାତୀୟ ମହୋତ୍ସବ ମାନ୍ୟତା ଦେବାକୁ ରାଜ୍ୟ କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକ, ଉପସଭାପତି ଭୁବନେଶ୍ୱର ପ୍ରଧାନ, ପଶ୍ଚିମାଞ୍ଚଳ ମିଳିତ କଳାକାର ମଞ୍ଚ ଅଧ୍ୟକ୍ଷ ଶଙ୍କର ପଟ୍ଟନାୟକ, ଜିଲ୍ଲା ସଂକୀର୍ତନ୍ୟ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ, କାହ୍ନା ବାଗ, ନୃତ୍ୟ ନିର୍ଦେଶକ ରାଜେଶ ବାରିକ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦାବି
Advertisment
Follow Us