ଫସଲ ବୀମା ଦାବିରେ ଜାତୀୟ ରାଜପଥ ଅବରୋଧ

Advertisment

ପ୍ରବଳ ବର୍ଷା ସତ୍ତ୍ବେ ୫ ଘଣ୍ଟା ଆନ୍ଦୋଳନରେ ସାମିଲ୍‌ ହେଲେ ଚାଷୀ

ପ୍ରବଳ ବର୍ଷା ସତ୍ତ୍ବେ ୫ ଘଣ୍ଟା ଆନ୍ଦୋଳନରେ ସାମିଲ୍‌ ହେଲେ ଚାଷୀ

ଫସଲ ବୀମା ଦାବିରେ ଜାତୀୟ ରାଜପଥ ଅବରୋଧ

ଯୁଯୁମୁରା : ଫସଲ ବୀମାରାଶି ପ୍ରଦାନ କରିବା ପାଇଁ ସମ୍ବଲପୁରର ଯୁଯୁମୁର‌ାରେ ଦାବି ଜୋର୍‌ ଧରିଛି। ଆଜି ପ୍ରବଳ ବର୍ଷା ସତ୍ତ୍ବେ ବ୍ଲକ୍‌ର ଶହଶହ ଚାଷୀ ସକାଳ ୮ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ, ରାଜପଥ ମଧ୍ୟଦେଇ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।

ଗତବର୍ଷ ଯୁଯୁମୁରା ବ୍ଲକର ଲିପିଣ୍ଡା, କୟାକୁଦ, ଗଡ଼ଲୋଇସିଂ ଓ କେଶାପାଲି ପଞ୍ଚାୟତର ଅଞ୍ଚଳରେ ଆଂଶିକ ମରୁଡ଼ି ଓ ଚକଡ଼ା ରୋଗପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି ମିଳି ନାହିଁ। ଏ ନେଇ ସେମାନେ ପରିସଂଖ୍ୟାନ ବିଭାଗ, ଯୋଜନା ବିଭାଗ, କୃଷି ବିଭାଗ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଓ ଏଡିଏମ୍ (ଜେନେରାଲ)ଙ୍କୁ ଦାବି ଜଣାଇଥିଲେ। ଦାବି ପୂରଣ ନହେଲେ ୧୩ ତାରିଖରେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଥିଲେ। ତଦନୁସାରେ, ପ୍ରବଳ ବର୍ଷା ସତ୍ତ୍ବେ ଚାଷୀମାନେ ରାଜରାସ୍ତା ଉପରେ ନିଜର ହକ୍‌ ପାଇଁ ବସି ରହିଥିଲେ। ଫଳରେ ଏହି ରାସ୍ତାରେ ୫ ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସମ୍ବଲପୁରକୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଥିଲା। ଏ ବାବଦରେ ସମ୍ପର୍କରେ ଆନ୍ଦୋଳନକାରୀ ପ୍ରଫୁଲ୍ଲ ମିର୍ଦ୍ଧା କହିଛନ୍ତି , ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆସନ୍ତା ୨୩ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ। ଏହା ସହିତ ଯୁଯୁମୁରା ବ୍ଲକ୍‌ ପ୍ରଶାସନକୁ ଅଚଳ କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe