ସରୁନି ଜାତୀୟ ରାଜପଥ ସଂପ୍ରସାରଣ କାମ, ଦୁଇ ବର୍ଷରେ ୧୯ ଜଣଙ୍କ ପ୍ରାଣହାନି

Advertisment
ସରୁନି ଜାତୀୟ ରାଜପଥ ସଂପ୍ରସାରଣ କାମ, ଦୁଇ ବର୍ଷରେ ୧୯ ଜଣଙ୍କ ପ୍ରାଣହାନି

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ଜିଲ୍ଲାର ଆଖୁଆପଦା ଠାରୁ ରାଣୀତାଲ ସୀମା ପର୍ଯ୍ୟନ୍ତ ୩୦ କିଲୋମିଟର ରାସ୍ତା କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ୨୦୧୮ ମସିହାରୁ ନିର୍ମାଣ ଆରମ୍ଭ ହୋଇ ୨୦୨୧ରେ ଶେଷ ହେବା କଥା। ମାତ୍ର ଏବେ ସୁଦ୍ଧା ଭଦ୍ରକ ସୀମାରେ ରାସ୍ତା ନିର୍ମାଣ କାମ ଶେଷ ହୋଇପାରୁ ନାହିଁ। ଯାଜପୁର ସୀମାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଭଦ୍ରକ ସୀମାରେ ରାସ୍ତା କାମ ଶେଷ ହେବାରେ ବିଳମ୍ବ ହେଉଛି।

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ରାଜପଥରେ ପ୍ରତିଦିନ ଦୁର୍ଘଟଣା ବଢ଼ିଚାଲିଛି। ଭଦ୍ରକ ସୀମାର ବାରିକପୁର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇଥିବା ବେଳେ ବାରିକପୁରରୁ ନଳାଙ୍ଗ, ଗେଲପୁର, ଆରଡିଛକ ଓଭରବ୍ରିଜ୍ ପର୍ଯ୍ୟନ୍ତ କାର୍ଯ୍ୟ ଧିମେଇ ଚାଲିଛି। ଗେଲପୁର ସ୍କୁଲ ନିକଟସ୍ଥ ଓଭରବ୍ରିଜ୍ ଓ ଆରଡିଛକ ଓଭରବ୍ରିଜ୍ କାମ ଧିମେଇ ଚାଲିଛି। ଏଠାରେ ଗୋଟିଏ ପାର୍ଶ୍ବ ରାସ୍ତାରେ ସମସ୍ତ ଗାଡି ଚଳାଚଳ କରୁଥିବା ବେଳେ ଦୁର୍ଘଟଣା ଘଟୁଛି। ସ୍ଥାନୀୟ ଟ୍ରକ ଓ ବସ୍ ସର୍ଭିସ୍ ରୋଡ ଦେଇ ଦ୍ରୁତ ଗତିରେ ଯାତାୟାତ କରୁଛନ୍ତି। ଆରଡିଛକ, ବନ୍ତଛକ, ଷ୍ଟାଡିୟମ ରୋଡ ଛକ ଦେଇ ଉଭୟ ପାର୍ଶ୍ବ ସର୍ଭିସ୍ ରୋଡକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂକୀର୍ଣ୍ଣ ରାସ୍ତା କରି ଦେଇଥିବାରୁ ସହରର ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏଠାରେ ଟ୍ରାଫିକ୍ ପୁଲିସ ବ୍ୟବସ୍ଥା କରାଯାଇ ନଥିବାରୁ ଟ୍ରକ୍‌/ବସ ଦ୍ରୁତ ଗତିରେ ଚଳାଚଳ କରି ଦୁର୍ଘଟଣା ବଢ଼ୁଛି। ଆରଡି ଛକରୁ ଭଦ୍ରକର ଡାହାଣିଗଡିଆ ଓ ରାଣୀତାଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଗତ ଦୁଇ ବର୍ଷ ମଧ୍ୟରେ ୧୯ ଜୀବନ ଯାଇଛି।

ବାରଂବାର ଦୁର୍ଘଟଣା ଯୋଗୁଁ ବହୁ ଲୋ‌େକ ଆହତ ହେଉଛନ୍ତି। ଜାତୀୟ ରାଜପଥର ଭଦ୍ରକ ସୀମା ଏବେ ଡେଥ୍ ଜୋନ୍ ପାଲଟିଛି। ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଉ ନଥିବାରୁ ବାରଂବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ, ସାଂସଦ ଓ ସ୍ଥାନୀୟ ବିଧାୟକଙ୍କୁ ନେଇ ରାସ୍ତା ନିର୍ମାଣ କାମର ତଦନ୍ତ କରାଯାଇଛି। ତୁରନ୍ତ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ଏହି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ଦାବି ହେଉଛି। ରାଜପଥର କ୍ଷେତ୍ରୀୟ ପରିଦର୍ଶନ ବେଳେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଜାତୀୟ ରାଜପଥର ଓଡିଶା ମୁଖ୍ୟ ରାମପ୍ରସାଦ ପଣ୍ଡା, ବାଲେଶ୍ବର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟକୁ ଖୁବ୍‌ଶୀଘ୍ର ଶେଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe