ଜାତୀୟ ରାଜପଥରେ ଖାଲଖମା, ମନ୍ଥର ଗତିରେ ଚାଲିଛି ସଂପ୍ରସାରଣ କାର୍ଯ୍ୟ

ଜାତୀୟ ରାଜପଥରେ ଖାଲଖମା, ମନ୍ଥର ଗତିରେ ଚାଲିଛି ସଂପ୍ରସାରଣ କାର୍ଯ୍ୟ

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ପାଇଁ ଏକ ଘରୋଇ କମ୍ପାନି ଟେଣ୍ଡର୍‌ ପାଇଛି। ମାତ୍ର ଦୀର୍ଘମାସ ହେଲା ଏହାର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏପଟେ ବର୍ଷାଦିନ ଆରମ୍ଭ ହୋଇଥିବାରୁ ରାସ୍ତାରେ ଥିବା ଖାଲଖମାରେ ଏବେ ପାଣି ଜମି ରହୁଛି। ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଭାରୀଯାନ ଯାତାୟାତ କରୁଛି। ଫଳରେ ବେଗୁନିଆ ପୋଷ୍ଟଅଫିସ ଛକଠାରୁ-ଆଦର୍ଶ ସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଏବେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେବା ସହ ଏହି ଖାଲରେ ପଡ଼ି ଆହତ ହେଉଛନ୍ତି।

ଅନ୍ୟପକ୍ଷରେ ବର୍ଷା ପାଣି ଏବଂ ଦୂଷିତ ପାଣି ନିଷ୍କାସନ ପାଇଁ ବଜାରରେ ଡ୍ରେନେଜ୍‌ ନିର୍ମାଣ ହୋଇଛିା। ମାତ୍ର ଡ୍ରେନେଜ୍‌ କାମ ଅତି ନିମ୍ନମାନର ହୋଇଥିବା ବେଳେ ଏହାକୁ ମୁଷ୍ଟିମେୟ ବ୍ୟକ୍ତିଙ୍କ ଚାପରେ ଅଙ୍କାବଙ୍କା କରାଯାଇଥିବାରୁ ପାଣି ନିଷ୍କାସନ ସଠିକ୍ ଭାବେ ହେଉନାହିଁ। ଡ୍ରେନ୍‌ରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ବହୁବାର ଠିକାସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଖୁବ୍‌ଶୀଘ୍ର ରାସ୍ତାର ମରାମତି ଏବଂ ଡ୍ରେନେଜ୍‌ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ ରଥ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe