୧୨ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ସତ୍ୟାଗ୍ରହ

Advertisment

ଶତାଧିକ ବିକ୍ଷୋଭକାରୀ ଗିରଫ

ଶତାଧିକ ବିକ୍ଷୋଭକାରୀ ଗିରଫ

୧୨ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ସତ୍ୟାଗ୍ରହ

ଭୁବନେଶ୍ୱର: ୧୨ଦଫା ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି ଓ ଆଇସିସିଟିୟୁ ପକ୍ଷରୁ ମିଳିତ ସତ୍ୟାଗ୍ରହ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ହଜାର ହଜାର ଶ୍ରମିକ ରେଳଷ୍ଟେସନ୍‌ରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ପହଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତଙ୍କୁ ସାମାଜିକ ନିରାପତ୍ତା, ସ୍କିମ୍‌ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସୁରକ୍ଷା ପାଇଁ କେନ୍ଦ୍ର ବଜେଟ୍‌ରେ ଅଧିକ ଅର୍ଥ ବରାଦକରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମାନ କାମକୁୁ ସମାନ ମଜୁରୀ ଦେବା ସହିତ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା କରିବା, ୨୦୧୬ମସିହା ଜାନୁଆରି ୧ ତାରିଖଠାରୁ ସପ୍ତମ ବେତନ କମିଶନ କେନ୍ଦ୍ର, ରାଜ୍ୟ ଏବଂ ସ୍ୱୟଂଶାସିତ ସଂସ୍ଥାମାନଙ୍କର କର୍ମଚାରୀମାନଙ୍କୁ ଦେବା, ଠିକା ଶ୍ରମିକ ବ୍ୟବସ୍ଥାକୁ ଲୋପ କରିବା, ସ୍କିମ୍‌ ୱାର୍କରମାନଙ୍କୁ ସରକାରୀ ମାନ୍ୟତା ଦେବା ସହିତ, ସେମାନଙ୍କ ଭତ୍ତା ବୃଦ୍ଧି କରିବା, ଦରଦାମ୍‌କୁ ନିୟନ୍ତ୍ରଣ କରିବା, ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ଦିନ କାମର ସୁନିଶ୍ଚିତ କରିବା, ବ୍ୟାପକ ନିଯୁକ୍ତି ସୃଷ୍ଟିକରିବା, ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ସମସ୍ତଙ୍କୁ ୩ ହଜାର ଟଙ୍କା ପେନ୍‌ସନ୍‌ ଦେବାର ବ୍ୟବସ୍ଥା କରିବା ସହିତ ପ୍ରତ୍ୟେକ ପ୍ରତିଷ୍ଠାନରେ ୧୦ଜଣରେ ପ୍ରୋଭିଡେଣ୍ଟ ଫଣ୍ଡ ଲାଗୁ ହେବା ଓ ବନ୍ଦ ହୋଇଥିବା ରାଷ୍ଟ୍ରୀୟ ଶ୍ରମିକମାନଙ୍କର ବକେୟା ପିଏଫ୍‌ ପୈଠ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଶ୍ରମିକମାନେ ସେଠାରେ ଦାବିଗୁଡ଼ିକୁ ଉପସ୍ଥାପନ କରି ବିକ୍ଷୋଭ ପ୍ରଦର୍ଶନ କଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ ସେଠାରୁ ଶତାଧିକ ଶ୍ରମିକଙ୍କୁ ଗିରଫ କରିଥିଲା

ଏହି ସତ୍ୟାଗ୍ରହରେ ଏଆଇଟିୟୁସିର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ଆଇଏନ୍‌ଟିୟୁସିର କିଶୋର ଜେନା, ଏଚଏମ୍‌ଏସ୍‌ର କୃଷ୍ଣଚନ୍ଦ୍ର ପାତ୍ର, ସିଆଇଟିୟୁର ଲମ୍ବୋଦର ନାୟକ, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇସିସିଟିୟୁର ରାଧାକାନ୍ତ ସେଠୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଦ୍ୱାରା ପରିଚାଳିତ ସଭାରେ ଏଚ୍‌ଏମ୍‌ଏସ୍‌ର ବରିଷ୍ଠ ନେତା ଯୋଗେନ୍ଦ୍ର ତ୍ରିପାଠୀ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ସିଆଇଟିୟୁର ସତ୍ୟାନନ୍ଦ ବେହେରା, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ପ୍ରଣତି ମିଶ୍ର, ଏସ୍‌ ପ୍ରଧାନ, ସୁର ଜେନା, ଜୟନ୍ତ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇଥିବା ବେଳେ ବ୍ରଜବନ୍ଧୁ ପ୍ରଧାନ, ବିଜୟ ଜେନା, ଯତୀନ୍ଦ୍ର ରାୟ, ସତ୍ୟବାଦୀ ବାଗ, ବାସନ୍ତୀ ପ୍ରଧାନ, ପଞ୍ଚାନନ ସାହୁ, ସୁରିଆ ରାଉତ ପ୍ରମୁଖ ଗିରଫ ହୋଇଥିଲେ। ଏହି ଆନ୍ଦୋଳନରେ ବିଦ୍ୟୁତ୍‌, ନିର୍ମାଣ, ରେଳ ଠିକା ଶ୍ରମିକ ଓ ରେଳ କୁଲି, ଘରୋଇ ଶ୍ରମିକ ସଂଘ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe