କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.ଜାଭେରୀ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ତାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଲୋକ ଅଦାଲତରେ୧୨୩ଟି ମାମଲାର ଫଇସଲା କରାଯାଇଛି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ତା, ଡକ୍ଟର ଜଷ୍ଟିସ ଏ.କେ.ରଥ, ଜଷ୍ଟିସ ବିଶ୍ବଜିତ ମହାନ୍ତି, ଜଷ୍ଟିସ ବିଶ୍ବନାଥ ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ କେ.ଆର୍.ମହାପାତ୍ର ପ୍ରମୁଖ ମାମଲାଗୁଡିକର ଫଇସଲା କରିଥିଲେ। ଏଥି ମଧୢରେ ବ୍ୟାଙ୍କ ମାମଲା, କ୍ରିମିନାଲ କମ୍ପାଉଣ୍ତେବଲ ମାମଲା, ଚାକିରି ଓ ଅବସରକାଳୀନ ପ୍ରାପ୍ୟ ସ˚ପର୍କିତ ମାମଲା, ବୈବାହିକ ବିବାଦ, ବୀମା କ୍ଷତିପୂରଣ ମାମଲା ରହିଛି। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟୁ ଇଣ୍ତିଆ ଆସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ ଘରୋଇ ବୀମା କମ୍ପାନି ଅ˚ଶଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୩ କୋଟି ୫୬ ଲକ୍ଷ ୬୮ ହଜାର ୩ ଶହ ଟଙ୍କା ପ୍ରଦାନ ପାଇଁ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଥିଲା।
ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ : ୩ କୋଟି ୫୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ
Advertisment
Follow Us