ଜାତୀୟ ମୟୂରଭଞ୍ଜ ଫୁଟ୍‌ବଲ୍‌ କପ୍ ଉଦ୍‌ଯାପିତ

Advertisment

କୋଲକାତାକୁ ହରାଇ ଝାଡ଼ଗ୍ରାମ ଚାମ୍ପିଅନ୍‌

କୋଲକାତାକୁ ହରାଇ ଝାଡ଼ଗ୍ରାମ ଚାମ୍ପିଅନ୍‌

ଜାତୀୟ ମୟୂରଭଞ୍ଜ ଫୁଟ୍‌ବଲ୍‌ କପ୍ ଉଦ୍‌ଯାପିତ

ବାରିପଦା: ବାରିପଦା ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଚାଲିଥିବା ଜାତୀୟ ମୟୂରଭଞ୍ଜ ଫୁଟ୍‌ବଲ୍‌ କପ୍ ଆଜି ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଝାଡ଼ଗ୍ରାମ ଦଳ କୋଲକାତା ଦଳକୁ ଟାଇବ୍ରେକର୍‌ ଜରିଆରେ ୭-୬ ଗୋଲ୍‌ରେ ହରାଇ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୧ ଲକ୍ଷ ଟଙ୍କା ସହ ଟ୍ରଫି, ରନର୍ସ-ଅପ୍‌ ଦଳକୁ ୫୦ ହଜାର ଟଙ୍କା ସହ ଟ୍ରଫି, ତୃତୀୟ ଶ୍ରେଷ୍ଠ ଦଳ ଜାମସେଦପୁରକୁ ୨୫ ହଜାର ଟଙ୍କା ଏବଂ ଚତୁର୍ଥ ଶ୍ରେଷ୍ଠ ଦଳ ଖୁଣ୍ଟାକୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ ଇଂ. ବିପ୍ଳବ କୁମାର ବୁଗୁଡ଼େଇ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

ଚକ୍ରଧର ଚାତାର, ସୀତାରାମ ସୁଲତାନ ହାଁସଦା, ବାପୁନ କୁମାର ମହାନ୍ତ ଓ  କେଦାର କାଲୁଣ୍ଡିଆ ଖେଳ ପରିଚାଳନା କରିଥିବା ବେଳେ ମନୋଜ କୁମାର ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ। ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସମ୍ପାଦକ ବିଜୟ କୁମାର ଦାସ, ରଂଜନ କୁମାର ପଣ୍ଡା, ହରିଶ ଷଡ଼ଙ୍ଗୀ, ନନ୍ଦଲାଲ ମହାପାତ୍ର, ଉପସଭାପତି ବିବେକାନନ୍ଦ ପଟ୍ଟନାୟକ, ଆଥ୍‌ଲେଟିକ ଆସୋସିଏସନ୍‌ର ଫୁଟ୍‌ବଲ୍‌ ସହ ସମ୍ପାଦକ ଅମର ସେଠୀ, ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ଫୁଟ୍‌ବଲ୍‌ ପ୍ଲେୟାର୍ସ ଆସୋସିଏସନ୍‌ର ସଭାପତି ଧର୍ମରାଜ ହାଁସଦା ଓ ସମ୍ପାଦକ ମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe