Advertisment

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌କୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷରୁ ପାଠପଢ଼ାକୁ ଅନୁମତି

Advertisment
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌କୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷରୁ ପାଠପଢ଼ାକୁ ଅନୁମତି

ଭୁବନେଶ୍ବର/ସୁନ୍ଦରଗଡ଼: ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ( ନ୍ୟାସନାଲ୍ ମେଡିକାଲ୍ କମିସନ୍)  ଅନୁମୋଦନ ଦେଇଛନ୍ତି। ଏ ନେଇ  କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଏହି ମେଡିକାଲ କଲେଜ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଘୋଷଣାକୁ ଟୁଇଟ୍ କରି ସୂଚିତ କରିଛନ୍ତି।

ସୂଚନାଯୋଗ୍ୟ, ଏବେ ସୁନ୍ଦରଗଡ଼ ମେଡିକାଲ କଲେଜରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ସମସ୍ତ ଭିତ୍ତିଭୂମି ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। କଲେଜ ପରିସରରେ ପରୀକ୍ଷା ହଲ୍‌, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍‌, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ଥିବା, ମେଡିକାଲ କଲେଜ ଡିନ୍‌ଙ୍କ ପାଇଁ ସ୍ୱତନ୍ତ୍ର ବଙ୍ଗଳା, ଅଧୀକ୍ଷକଙ୍କ ପାଇଁ ବଙ୍ଗଳା, ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନଙ୍କ ପାଇଁ ଆବାସ, ଆସୋସିଏଟ୍ ପ୍ରଫେସରଙ୍କ ପାଇଁ ଆବାସ, ଆବାସିକ ଡାକ୍ତରଙ୍କ ପାଇଁ ହଷ୍ଟେଲ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ଅନ୍ୟ କର୍ମଚାରୀଙ୍କ ପାଇଁ ଆବାସ ବ୍ୟବସ୍ଥା ଥିବା‌ ଓ ଏହା ସହ ମେଡିକାଲ କଲେଜ ପାଇଁ ଡିନ୍ ଓ ଅତିରିକ୍ତ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗ ପାଇଁ ଅଧ୍ୟାପକ, ପ୍ରାଧ୍ୟାପକ ନିଯୁକ୍ତ ହୋଇସାରିଛନ୍ତି। ଏହା ସହ ୨ ବର୍ଷ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଯୋଡ଼ି ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ସରକାର ସ୍ଥିର କରିଛନ୍ତି।

‘‘ନାସନାଲ ମେଡିକାଲ କମିସନଙ୍କ ଅନୁମତି ମିଳିବା ଫଳରେ ଏବେ ଚଳିତ ବର୍ଷ ଲାଗି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ନାମ ଲେଖା ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅନୁମତି ଲାଗି ପଦକ୍ଷେପ ନିଆଯିବ। ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ନିଟ୍ ପରୀକ୍ଷାରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନାମ ଲେଖାଇବାର ସୁଯୋଗ ପାଇବେ। ମେଡିକାଲ କଲେଜ ସହିତ ସଂଲଗ୍ନ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଯାଏଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ‘ଟ୍ରିଟିଙ୍ଗ ହସ୍ପିଟାଲ’ ଭାବେ ବ୍ୟବହାର କରାଯିବ’’, ସୂଚନା ଦେଇ କହିଛନ୍ତି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe