ଜାତୀୟସ୍ତର ଚିତ୍ରକଳା ପ୍ରତିଯୋଗିତା: ବାଲେଶ୍ୱରର ଛାତ୍ରୀ ବର୍ଣ୍ଣାଳୀ ମନୋନୀତ 

Advertisment
ଜାତୀୟସ୍ତର ଚିତ୍ରକଳା ପ୍ରତିଯୋଗିତା: ବାଲେଶ୍ୱରର ଛାତ୍ରୀ ବର୍ଣ୍ଣାଳୀ ମନୋନୀତ 

ବାଲେଶ୍ୱର : ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂଗଠନ ସିସିଆର୍‌ଟି(ସାଂସ୍କୃତିକ ସମ୍ବଳ ଏବଂ ତାଲିମ କେନ୍ଦ୍ର) ତରଫରୁ ୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ମେଧା ଛାତ୍ର ବୃତ୍ତିରେ ବାଲେଶ୍ୱରର ଛାତ୍ରୀ ବର୍ଣ୍ଣାଳୀ ଘଡ଼ାଇ ମନୋନୀତ ହୋଇଛନ୍ତି। ଅନଲାଇନ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦେଶରୁ ୨ ହଜାରରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଚିତ୍ରକଳାରେ ୪ ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ବର୍ଣ୍ଣାଳୀ ରହିଛନ୍ତି। ଦେଢ଼ ଘଣ୍ଟା ଭିତରେ ବର୍ଣ୍ଣାଳୀ ସୁନ୍ଦର ଚିତ୍ର କରି ନିଜର ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ। ସିଦ୍ଧିବିନାୟକ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ବର୍ଣ୍ଣାଳୀଙ୍କର ଛୋଟ ବେଳୁ କଳାକୃତି ପରି ରୁଚି ରହିଥିଲା। ଏହା ପୂର୍ବରୁ ବର୍ଣ୍ଣାଳୀ ବିଭିନ୍ନ ଅନୁଷ୍ଠାନ ତରଫରୁ ଚିତ୍ରକଳା ପାଇଁ ପୁରସ୍କୃତ ହୋଇଛନ୍ତି।

publive-image

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁଦଡିହା ପଞ୍ଚାୟତ ନୂଆଗାଁ ଅଞ୍ଚଳରେ ବର୍ଣ୍ଣାଳୀଙ୍କ ପ୍ରକୃତ ଘର। ବାପା ଭୀମଚରଣ ଘଡ଼େଇ ଓ ମା’ ଅନୁରାଧା ଚାନ୍ଦଙ୍କ ଝିଅ ହେଉଛନ୍ତି ବର୍ଣ୍ଣାଳୀ। ବର୍ତ୍ତମାନ ବାଲେଶ୍ବର ସହର ମାକଲପୁର ଅଞ୍ଚଳରେ ବାପାମା’ଙ୍କ ସହ ସେ ରହୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe