ବେତନଟୀ: କେରଳର ଆଲେତି ଠାରେ ଅନୁଷ୍ଠିତ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଲଙ୍ଗଳକଟା ଶକ୍ତିମାନ ଜିମ୍ନାସିୟମ୍ର ଅଭିଷେକ ମହାନ୍ତ ସିନିଅର ବର୍ଗରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଅଭିଷେକ ଯେ କେବଳ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ତାହା ନୁହେଁ, ସେ ସିନିଅର ବର୍ଗର ପୂର୍ବରୁ ଥିବା ରେକର୍ଡକୁ ଭାଙ୍ଗିଛନ୍ତି। ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ପାଇଁ ଯାଇଥିବା ଓଡ଼ିଶା ଦଳରେ ଅଭିଷେକ ସାମିଲ ଥିଲେ।
ଅଭିଷେକଙ୍କ ଏହି ସଫଳତାରେ କୋଚ୍ ପରେଶ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିମ୍ନାସିୟମ୍ର ସମ୍ପାଦକ ନବକୁମାର ସାହୁ, ମୟୂରଭଞ୍ଜ ଭାରୋତ୍ତଳନ ସଂଘର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରିୟବ୍ରତ ଦାସ, ତରୁଣ କୁମାର ମହାନ୍ତିଙ୍କ ସହ ଶକ୍ତିମାନ ଓ ମୟୂରଭଞ୍ଜ ଜିମନାସିୟମ୍ର ଖେଳାଳିମାନେ ଖୁସି ବ୍ୟକ୍ତ କରିଛନ୍ତି।
Follow Us