ରାଉରକେଲାରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି

Advertisment

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରାଉରକେଲାରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି

ରାଉରକେଲା : ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଦୁଇଦିନିଆ ରାଉରକେଲା ଗସ୍ତରେ ଆସିଛନ୍ତି। ଯୁବ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବାବେଳେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଉଭୟ ସରକାର ଯୁବକମାରଣ ନୀତି ଅବଲମ୍ବନ କରୁଥିବା କହିଛନ୍ତି।

ଶୁକ୍ରବାର ଅପରାହ୍ନରେ ରାଉରକେଲାରେ ପହଞ୍ଚିବାପରେ ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ ଏକ ‘ଯୁବ ଆକ୍ରୋଶ ରୢାଲି’ ଆୟୋଜିତ ହୋଇଥିଲା। ଏଥିରେ ଉଦ୍‌ବୋଧନ ଦେଇ ଶ୍ରୀନିବାସ କହିଥିଲେ, କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ଯୁବ ସମାଜକୁ ପ୍ରତାରିତ କରିଚାଲିଛନ୍ତି। ସେମାନଙ୍କୁ ରୋଜଗାର ଛଡ଼ାଇ ନେଇଛନ୍ତି। ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ୍ ବୃଦ୍ଧି ହୋଇଚାଲିଥିବାବେଳେ ମୋଦୀ ସରକାର ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ନିଜର ଶିଳ୍ପପତି ବନ୍ଧୁମାନଙ୍କୁ ବିକ୍ରି କରିବା ସହିତ ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରିବାରେ ଲାଗିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଡ. ବିଶ୍ବରଞ୍ଜନ ମହାନ୍ତି, ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତିରଞ୍ଜନ ଲେଙ୍କା, ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ରିଆଜୁଲ ଅନସାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାଶ, ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ।

ଅପରପକ୍ଷରେ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ବାଗତ କରାଯାଇଥିବାବେଳେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା, ସହ ପ୍ରଭାରୀ ରିଆଜ ଉଦ୍ଦିନଙ୍କ ରାଉରକେଲା ଗସ୍ତକୁ ପୂର୍ବତନ କର୍ମକର୍ତା ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe