ସମ୍ମାନ ପାଇଁ ଶ୍ରଦ୍ଧାଭାଜନ ହେବାକୁ ଆହ୍ଵାନ

Advertisment

ତାଳଚେରରେ ଜାତୀୟ ପ୍ରେସ୍‌ ଦିବସ

ତାଳଚେରରେ ଜାତୀୟ ପ୍ରେସ୍‌ ଦିବସ

ସମ୍ମାନ ପାଇଁ ଶ୍ରଦ୍ଧାଭାଜନ ହେବାକୁ ଆହ୍ଵାନ

ତାଳଚେର : ଯେତେ ପାଠ ପଢ଼ିଲେ ବି ଜଣେ ସାମ୍ବାଦିକ ହୋଇପାରିବ ନାହିଁ। ଇଏ ଏକ ଭିନ୍ନଧରଣର ବୃତ୍ତି, ଯାହା ଅନ୍ୟ ବୃତ୍ତିଠାରୁ ସଂପୂର୍ଣ୍ଣ ଅଲଗା। ଏଥିପାଇଁ ବିଶେଷ ଗୁଣର ଆବଶ୍ୟକତା ରହିଛି। ଭାଷା ଉପରେ ଦଖଲ, ମାଟି ପ୍ରତି ମମତା ଆଉ ଲୋକଙ୍କ ବିଶ୍ୱାସ ଜିତିବା ହେଉଛି ଗୋଟିଏ ସାମ୍ବାଦିକର ପ୍ରଧାନ କର୍ତ୍ତବ୍ୟ। ଏହି ତିନୋଟି କର୍ତ୍ତବ୍ୟକୁ ପାଳନ କଲେ ସାମ୍ବାଦିକ ବୃତ୍ତି ସଫଳ ହେବ। ସାଧାରଣ ଲୋକଙ୍କଠୁ ସମ୍ମାନ ବି ମିଳିବ। କିନ୍ତୁ ସେ ସମ୍ମାନ ଭୟରେ ନୁହେଁ, ସାଧାରଣ ଲୋକଙ୍କ ଶ୍ରଦ୍ଧାଭାଜନ ହୋଇ ଜିତିବା ଦରକାର।

ଜାତୀୟ ପ୍ରେସ୍‌ ଦିବସ ଅବସରରେ ତାଳଚେର ପ୍ରଜାମଣ୍ଡଳ ଭବନରେ ତାଳଚେର କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ୪ର୍ଥ ସ୍ତମ୍ଭ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ମତବ୍ୟକ୍ତ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ‘ନିତିଦିନ’ ଖବରକାଗଜର ସଂପାଦକ ସଂପଦ ମହାପାତ୍ର ଯୋଗ ଦେଇ ସାମ୍ବାଦିକମାନଙ୍କୁ ମାତୃଭାଷା ଉପରେ ଦକ୍ଷତା ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ତଥା ସାମ୍ବାଦିକ ଶ୍ରଦ୍ଧାଞ୍ଜଳି ରାୟ, ସାମ୍ବାଦିକ କେୟା ଘୋଷ, ସ୍ୱେଚ୍ଛାସେବୀ ମୀରା ପରିଡ଼ା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିଙ୍କ ସମେତ ସ୍ମୃତିସ୍ନିଗ୍ଧା ଗଡ଼ନାୟକ, ଶକ୍ତି ମିଶ୍ର, ମନୋରଂଜନ ପାଣି, ବିମଳ ଥମ୍ବ, ସୂର୍ଯ୍ୟମଣି ମିଶ୍ର, ପୂଜାରାଣୀ ଘୋଷ, ସମରେସ୍‌ ନାଥ ସମ୍ବର୍ଧିତ ହୋଇଥିଲେ। ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଅନୁପସ୍ଥିତିରେ ତାଳଚେର ସହକାରୀ ଜିଲ୍ଳାପାଳ ରଶ୍ମିତା ନାଥ ତାଙ୍କ ସମ୍ବର୍ଧନା ଗ୍ରହଣ କରିଥିଲେ। ସଂଘ ସଭାପତି ଆର୍ତ୍ତତ୍ରାଣ ପାଣି ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ଧୀରମୋହନ ରାୟ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe