ଦୁଇଦିନିଆ ଓଡ଼ିଶା ଗସ୍ତରେ ଜାତୀୟ ଅନୁସୂଚିତ ଜାତି କମିସନ

Advertisment
ଦୁଇଦିନିଆ ଓଡ଼ିଶା ଗସ୍ତରେ ଜାତୀୟ ଅନୁସୂଚିତ ଜାତି କମିସନ

ଭୁବନେଶ୍ବର : କେନ୍ଦ୍ରୀୟ ଅନୁସୂଚିତ ଜାତି କମିସନ ଉପାଧ୍ୟକ୍ଷ ଅରୁଣ ହାଲଦାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଉପଲକ୍ଷେ ଶୁକ୍ରବାର  ଅପରାହ୍‌ଣରେ ଲୋକସେବା ଭବନର ସାଧାରଣ ପ୍ରଶାସନ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ, ଆଟ୍ରୋସିଟି ମାମଲା, ଭିଜିଲାନ୍‌ସ ମନିଟରିଂ କମିଟି ଆଦିର କାର୍ଯ୍ୟକାରିତା ଉପରେ ଆଲୋକପାତ ହୋଇଥିଲା। ଏହାସହ ଅନୁସୂଚିତ ଜାତିଙ୍କ ମଙ୍ଗଳ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଦକ୍ଷତା ବିକାଶ ତାଲିମ, ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ରିହାତିଯୁକ୍ତ ଋଣ ଇଦ୍ୟାଦି ବାବଦରେ ତ୍ବରିତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଥିଲା।

ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଂଜନ ଚୋପ୍ରା, ପୁଲିସ ମହାନିର୍ଦେଶକ ସୁନିଲ ବଂଶଲ, ଅତିରିକ୍ତ ଡିଜି ଏଚ୍‌ଆରପିସି ସିଦ୍ଧାର୍ଥ ନରଭଣେ, ଅନୁସୂଚିତ ଜାତି ନିର୍ଦେଶକ ଲକ୍ଷ୍ମଣ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ପବିତ୍ର ମଣ୍ଡଳ, ଓଏସ୍‌ଏଫ୍‌ଡିସିର ମହାପ୍ରବନ୍ଧକ ଇତିଶ୍ରୀ ଦାସ ଓ ଅନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ଜନଜାତି ଓ ଜାତି ସଂଘର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe