ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରୀୟ ଟିମ୍‌, ୭ ଦିନ ଭିତରେ ସ୍ୱାଭାବିକ ହେବ ଭଏସ୍‌ କଲିଂ ସେବା

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରୀୟ ଟିମ୍‌, ୭ ଦିନ ଭିତରେ ସ୍ୱାଭାବିକ ହେବ ଭଏସ୍‌ କଲିଂ ସେବା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ କେନ୍ଦ୍ର ଟେଲିକମ୍‌ ଓ ବିଦ୍ୟୁତ୍‌ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭେଟି ‘ଫନି’ ପରେ ବାଧାପ୍ରାପ୍ତ ହୋଇଥିବା ଟେଲିକମ୍‌ ସେବା ସଂପର୍କରେ ଆଲୋଚନା କରିଛନ୍ତି। ଟେଲିକମ୍‌ ସେବାର ପୁନରୁଦ୍ଧାର ସଂପର୍କରେ ଆଲୋଚନା କରି ୭ ଦିନ ମଧ୍ୟରେ ଭଏସ୍‌ କଲ୍‌ ସେବା ସ୍ୱାଭାବିକ ହେବ ବୋଲି ଜଣାଇଛନ୍ତି।

ଉଭୟ ଟେଲିକମ୍‌ ଓ ବିଦ୍ୟୁତ୍‌ ବିଭାଗ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟେଲିକମ୍‌, ବିଦ୍ୟୁତ୍‌ ଓ ବ୍ୟାଙ୍କିଂ ସେବା ପୁନଃ ସଂସ୍ଥାପନା ନିମନ୍ତେ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରୁଥିବାରୁ ଏହି ଦୁଇ ବିଭାଗକୁ ଧନ୍ୟବାଦ୍‌ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ବାରମ୍ବାର ବିପର୍ଯ୍ୟୟରେ ଓଡ଼ିଶା ଉପକୂଳ ଅଞ୍ଚଳର ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ସେବା ବାରମ୍ବାର ବାଧାପ୍ରାପ୍ତ ନ ହେଉ ସେଥିପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ବୈଠକରୁ ଆହୁରି ବି ଜଣାପଡ଼ିଛି ଯେ ଅଟ୍ରିଠାରୁ ପୁରୀ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ୨୨୦ କେ.ଭି ଲାଇନ୍‌ର ପୁନରୁଦ୍ଧାର ଦାୟିତ୍ବ ପାଓ୍ଵାର ଗ୍ରିଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନେବ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଶକ୍ତ ସଚିବ, ଉନ୍ନୟନ କମିସନର, ଟେଲିକମ୍‌ ବିଭାଗର ଅତିରିକ୍ତ ସଚିବ, ଏନ୍‌ଟିପିସିର ଅଧ୍ୟକ୍ଷ, ପିଜିସିଆଇଏଲ୍‌ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe