ବାଘ ଛାଲ ଜବତ ଘଟଣା: ରିପୋର୍ଟ ମାଗିଲା ଏନ୍‌ଟିସିଏ

Advertisment
ବାଘ ଛାଲ ଜବତ ଘଟଣା: ରିପୋର୍ଟ ମାଗିଲା ଏନ୍‌ଟିସିଏ

Wikipedia

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲା ବାରକୋଟ୍‌ ଅଞ୍ଚଳରେ ଚିତାବାଘ ଛାଲ ଧରାପଡ଼ିବା ମାମଲାରେ ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ) ବନବିଭାଗକୁ ରିପୋର୍ଟ ତଲବ କରିଛି। ବାଘ ଛାଲ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ନିର୍ଦ୍ଦେଶ ଦେଇଛି। ମାର୍ଚ୍ଚ ମାସରେ କୁଚିଣ୍ଡାରୁ ଛାଲ ଜବତ ହୋଇଥିବା ବେଳେ ଏବେ ବାର୍‌କୋଟ୍‌ରୁ ଜବତ ହୋଇଛି। କ୍ରମାଗତ ଭାବରେ ଧରାପଡ଼ୁଥିବାରୁ ଏହି ବ୍ୟବସାୟ ଲଗାତାର ଚାଲିଥିବା ଏନ୍‌ଟିସିଏ ସନ୍ଦେହ କରିଛି।

ବ୍ୟାଘ୍ର ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିକାର ରୋକି ନ ପାରିବା ଦୁର୍ଭାଗ୍ୟଜନକ ବୋଲି ଏନ୍‌ଟିସିଏ ବିବେଚନା କରିବା ସହ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଆସିଷ୍ଟାଣ୍ଟ୍‌ ଇନ୍‌ସପେକ୍ଟର ଜେନେରାଲ ରାଜରାମ ସିଂହ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ବାରକୋଟ୍‌ସ୍ଥିତ ଏକ ‌ହୋଟେଲ୍‌ ନିକଟ ନିକାଞ୍ଚନ ସ୍ଥାନରୁ ଏସ୍‌ଟିଏଫ୍ ସୁନ୍ଦରଗଡ଼ ଅଞ୍ଚଳର ସଚ୍ଚିକାନ୍ତ ନାୟକ, ଦେବଗଡ଼ ଅଞ୍ଚଳର ରାମଣିସେନ୍‌ ବେହେରା ଓ ଜ୍ଞାନଦତ୍ତ ବେହେରାଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ତାଙ୍କ ଠାରୁ ଏକ ବାଘ ଛାଲ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe