ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ଏକତା ଦିବସ

ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ଏକତା ଦିବସ

ଝାରସୁଗୁଡ଼ା: ସ୍ଥାନୀୟ ବାଲିଝୋରିସ୍ଥିତ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିରରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଇଛି। ସ୍କୁଲର ସକାଳ ପ୍ରାର୍ଥନା ସଭାରେ ସୌର୍ଯ୍ୟ ହାଉସ୍‌ର ଶିକ୍ଷାର୍ଥୀମାନେ ସ୍ବର୍ଗତ ପଟେଲଙ୍କ ଜୀବନୀ ଆଲୋଚନା କରିଥିଲେ। ଶିକ୍ଷାର୍ଥୀମାନଙ୍କ ଦ୍ବାରା ‘ଆମେ ଭାରତୀୟ’ କ୍ଷୁଦ୍ର ନାଟିକା ପ୍ରଦର୍ଶିତ ହୋଇଥିଲା। ରାଷ୍ଟ୍ରୀୟ ଏକତାକୁ ବଜାୟ ରଖିବାକୁ ଶପଥ ପାଠ କରିଥିଲେ।

ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ବିଭିନ୍ନ ଧର୍ମର ବେଶ ପୋଷାକରେ ଭାରତୀୟ ଐକ୍ୟ ସମ୍ପର୍କରେ ବକ୍ତବ୍ୟ ଦେବା ସହ ଦେଶାତ୍ମବୋଧ ସଂଗୀତ ଗାନ କରିଥିଲେ। ସ୍କୁଲର ଅଧ୍ୟକ୍ଷା ସଂଯୁକ୍ତା ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନରେ ଶିକ୍ଷାର୍ଥୀମାନେ ଏକ ଶୋଭାଯାତ୍ରାରେ ଯାଇ ରାଷ୍ଟ୍ରୀୟ ଏକତା ସମ୍ବନ୍ଧରେ ସ୍ଲୋଗାନ ଦେଇ ଅଞ୍ଚଳବାସୀଙ୍କୁ ଜାତୀୟତା ସମ୍ପର୍କରେ ଉଦବୁଦ୍ଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe