ରେଭେନ୍ସାରେ ଜାତୀୟ ୱେବିନାର ସିରିଜ ଉଦ୍‌ଯାପିତ

Advertisment
ରେଭେନ୍ସା-୭୦ ବନ୍ଧୁ ମିଳନ ୧୧ରେ

Collegedunia.com

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ୱେବିନାର ସିରିଜ ଉଦ୍‌ଯାପିତ ହୋଇଛି। ‘କରୋନା ମହାମାରୀ ସମୟରେ ମିଡିଆ’ ଶୀର୍ଷକ ଅନ୍‌ଲାଇନ୍‌ ଆଲୋଚନାଚକ୍ରକୁ ଗୁଗୁଲ ମିଟ୍‌ ମାଧ୍ୟମରେ ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ରୋହିତ ସର‌୍‌ଦାନା, ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟର˚ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ରାକେଶ ପାଠକଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କରୋନା କାଳରେ ମିଡିଆର ସ୍ଥିତି, ପ୍ରଭାବ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଭାଗର ଅଧ୍ୟକ୍ଷ ପ୍ରଫେସର ଧର୍ମବ୍ରତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଆବାହକ ଥିବାବେଳେ ପ୍ରଫେସର ଦେବୀଲାଲ ମିଶ୍ର ଏହାର ପରିଚାଳନା ଓ ସ˚ଯୋଜନା କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ମାର୍ଗଦର୍ଶନରେ କମ୍ପ୍ୟୁଟର ସାଇନ୍ସର ଅଧ୍ୟାପକ ଓମ୍‌ପ୍ରକାଶ ଜେନା ବୈଷୟିକ ସହାୟତା ଯୋଗାଇ ଦେଇଥିଲେ। ଛାତ୍ରୀ ସ୍ବାତୀ ସ୍ନିଗ୍ଧା ବିଶ୍ବାଳ ଓ ଅନନ୍ୟା ଦାସଗୁପ୍ତା ବିଦ୍ୟାର୍ଥୀ ସ˚ଯୋଜକ ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe