୨୧ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ ହେବ ଜାତୀୟ କୃମିନାଶକ ଦିବସ

୨୧ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ ହେବ ଜାତୀୟ କୃମିନାଶକ ଦିବସ

The Hans India

ଭୁବନେଶ୍ୱର : ଚଳିତ ମାସ ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାତୀୟ କୃମି ନାଶକ ଦିବସ ପାଳନ ହେଉଛି। କରୋନା ମହାମାରୀ ସମୟରେ ୧ ବର୍ଷରୁ ୧୯ ବର୍ଷ ବୟସର ପ୍ରାକ୍‌ ବିଦ୍ୟାଳୟ ପିଲା ଓ ଛାତ୍ରଛାତ୍ରୀମାନଙ୍କୁ କୃମିଜନିତ ବିଭିନ୍ନ ଅନ୍ତଃନଳୀ ତଥା ପେଟରୋଗ ସଂକ୍ରମଣର ସୁରକ୍ଷା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ବାରା କୃମି ନାଶକ ଔଷଧ ବିତରଣ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ ୧ରୁ ୩ ବର୍ଷ ବୟସର ଶିଶୁମାନଙ୍କୁ ଆଲ୍‌ବେନ୍‌ଡାଜୋଲ ସସ୍‌ପେନ୍‌ସନ୍‌ ଓ ୪ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ଆଲ୍‌ବେନ୍‌ଡାଜୋଲ୍‌ ବଟିକା ଖାଇବାକୁ ଦିଆଯାଉଛି। ଏହାସହିତ କୋଭିଡ-୧୯ ନିୟମାବଳୀ ଅନୁପାଳନ କରିବାକୁ ସଚେତନତା ସୃଷ୍ଟି କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe