୧୦ମ ଜାତୀୟ ମତଦାତା ଦିବସ ପାଳିତ : ଭାରତର ଗଣତନ୍ତ୍ର ବିଶ୍ୱର ମାର୍ଗଦର୍ଶକ - ରାଜ୍ୟପାଳ

Advertisment
୧୦ମ ଜାତୀୟ ମତଦାତା ଦିବସ ପାଳିତ : ଭାରତର ଗଣତନ୍ତ୍ର ବିଶ୍ୱର ମାର୍ଗଦର୍ଶକ - ରାଜ୍ୟପାଳ

ଭୁବନେଶ୍ବର : ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତର ଶକ୍ତି। ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ବାରା ପରିଚାଳିତ ଶାସନତନ୍ତ୍ର। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ୧୦ମ ଜାତୀୟ ମତଦାତା ଦିବସ-୨୦୨୦ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି। ଭାରତର ଗଣତନ୍ତ୍ର ନୂତନ ପିଢ଼ିଙ୍କ ମଧ୍ୟରେ ନବଜାଗରଣ ଆଣିବା ସହ ବିଶ୍ବକୁ ମାର୍ଗଦର୍ଶନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହି ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଥିଲେ, ଭୋଟରମାନେ ଅଧିକରୁ ଅଧିକ ନିର୍ବାଚନରେ ଅଂଶଗ୍ରହଣ କଲେ ଏକ ସୁଦୃଢ଼ ଗଣତନ୍ତ୍ର ସହ ଉତ୍ତମ ସରକାର ଗଠନ ହୋଇପାରିବ। ଜାତୀୟ ମତଦାତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପ୍ରଫେସର୍‌ ଶ୍ରୀ ଲାଲ୍‌ ପୁରସ୍କାର ପ୍ରଦାନ କରିଥିଲେ। ଏହାସହିତ ୨୦୨୦ ଜାନୁଆରି ୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ହୋଇଥିବା ନୂତନ ଭୋଟରମାନଙ୍କୁ ମୁଖ୍ୟ ଅତିଥି ଭୋଟ୍‌ ପରିଚୟପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶନିବାର ସକାଳେ ଛାତ୍ରଛାତ୍ରୀମାନଙ୍କର ଏକ ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାହାରି ରାମମନ୍ଦିର ଛକ ଦେଇ ରବୀନ୍ଦ୍ର ମଣ୍ଡପରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe