ଦଶପଲ୍ଲା ପାହାଡ଼ ଉପରେ ଦେଶୀ ବନ୍ଧୁକ କାରଖାନା: ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ଦଶପଲ୍ଲା ଥାନା ପୁଲିସକୁ ମିଳିଛି ସଫଳତା। ପାହାଡ଼ ଉପରେ ଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ଉ କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ରାଜେଶ କୁମାର ପ୍ରଧାନ (୨୭), ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮)।

dssdxcxc

ନୟାଗଡ଼: ଦଶପଲ୍ଲା ଥାନା ପୁଲିସକୁ ମିଳିଛି ସଫଳତା। ପାହାଡ଼ ଉପରେ ଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ଉ କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ରାଜେଶ କୁମାର ପ୍ରଧାନ (୨୭), ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮)। ମାତ୍ର ଏହି ବନ୍ଧୁକ କାରଖାନାର ମୁଖ୍ୟ କୁହାଯାଉଥିବା ତପନର ବଡ଼ ଭାଇ ବିଭୂତି ପରିଡ଼ା (୨୭)କୁ ପୁଲିସ ଗିରଫ କରିପାରିନାହିଁ। ଏମାନେ ସମସ୍ତେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ରାଜେଶର ଘର ଢିଅସାହିରେ ବୋଲି ଜଣାପଡ଼ିଛି।

 ଏମାନଙ୍କ ନିକଟରୁ ପୁଲିସ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଏହା ସହ ଗୋଟିଏ ଦେଶୀ ବନ୍ଧୁକ ଓ ପିସ୍ତଲ ମଧ୍ୟ ଜବତ କରିଛି। ଗତବର୍ଷ ଏମାନେ ସମସ୍ତେ ଏହି ବନ୍ଧୁକ ତିଆରି ଅଭିଯୋଗରେ ଗିରଫ ହୋଇଥିଲେ। ଜାମିନରେ ଆସି ପୁଣି ଥରେ ସେମାନେ ଏହି ବେପାର ଆରମ୍ଭ କରିଥିବା ଜାଣିବା ପରେ ପୁଲିସ ଚଢ଼ଉ କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଏସ୍‌. ସୁଶ୍ରୀ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଦୁଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କ‌ାଲୋ ଓ ସୁବାସ ପଣ୍ଡାଙ୍କ ସମେତ ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଦଶପଲ୍ଲା ଥାନା ଇନ୍ସପେକ୍ଟର ଅନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe