କଳିଙ୍ଗା ୬ନଂ ୱାର୍ଡ ବାସିନ୍ଦାଙ୍କୁ ମିଳିଲା ପାଣି

ଖବର ପ୍ରକାଶ ପରେ ତତ୍ପରତା ଦେଖାଇ ମରାମତି କଲେ ବିଭାଗୀୟ କର୍ମଚାରୀ

କଳିଙ୍ଗା ୬ନଂ ୱାର୍ଡ ବାସିନ୍ଦାଙ୍କୁ ମିଳିଲା ପାଣି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୬ନଂ ୱାର୍ଡର ତିନିଗୋଟି ସାହିକୁ ଦୀର୍ଘ  ବର୍ଷ ହେଲା ପାନୀୟ ଜଳ ନ ପହଂଚିବା ନେଇ ଦୈନିକ ଓଡ଼ିଆ ଖବର କାଗଜ ‘ସମ୍ବାଦ’ରେ ଦଦରା ନଳକୂପ ଭରସାରେ ୧୦୦ପରିବାର ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ଖବର ପ୍ରକାଶ ଦିନ ହିଁ ଉକ୍ତ ସାହିରେ ପହଞ୍ଚି ନଳକୂପ ମରାମତି କରିବା ସହ ବିଛା ହାଇଥିବା ପାଇପ ଲାଇନ ସଜେଇବା ସହ ପାଣି ଯୋଗାଣ ମଟର ସଜେଇ ତିନି ସାହି ଯଥା ଗେଟସାହି, ରାସେଡ଼ି ସାହି ଏବଂ ମାଦିସାହିକୁ ଜଳଯୋଗାଣ ସ୍ୱାଭାବିକ ହୋଇଥିଲା।

ଦୀର୍ଘ ବର୍ଷ ହେଲା ସାହି ଲୋକ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ପାଣି ସମସ୍ୟା ନେଇ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ସମ୍ବାଦରେ ଖବର ପ୍ରକାଶ ପାଉ ପାଉ ପାଉ ଜଳଯୋଗାଣ ସ୍ୱାଭାବିକ ହୋଇପାରିଥିବା ଯୋଗୁଁ ଏହି ତିନିସାହିର ବାସିନ୍ଦା ‘ସମ୍ବାଦ’କୁ ଧନ୍ୟବାଦ ଜଣେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe