ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ଦର୍ଶନ: ଜାନୁଆରିରୁ ନୂଆ ବ୍ୟବସ୍ଥା ‘କାଠରାମ୍ପ୍‌’

Advertisment

ଶ୍ରୀମନ୍ଦିର ନାଟମଣ୍ଡପରେ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା। ନାଟମଣ୍ଡପରେ ବି ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ନାଟମଣ୍ଡପରେ କାଠରାମ୍ପ୍‌ରେ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ।

ଶ୍ରୀମନ୍ଦିର ନାଟମଣ୍ଡପରେ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା। ନାଟମଣ୍ଡପରେ ବି ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ନାଟମଣ୍ଡପରେ କାଠରାମ୍ପ୍‌ରେ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ।

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗର ସାଂଘାତିକ ଅଭିଯୋଗ: ମହାପ୍ରଭୁଙ୍କୁ ଲାଗି ହେଉଛି ‘ମାରା’ ଫୁଲ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପରେ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା। ନାଟମଣ୍ଡପରେ ବି ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ନାଟମଣ୍ଡପରେ କାଠରାମ୍ପ୍‌ରେ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ। ତିନିଟି ଧାଡ଼ି ଶିଶୁ, ମହିଳା, ବୃଦ୍ଧବୃଦ୍ଧାଙ୍କ ପାଇଁ ଓ ବାକି ତିନିଟି ଧାଡ଼ି ପୁରୁଷଙ୍କ ପାଇଁ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଆଜି ଗଣମାଧ୍ୟମକୁ କହିଛନ୍ତି। ତେବେ ନାଟମଣ୍ଡପରେ ବାହାରକାଠରୁ ରାମ୍ପ୍‌ରେ ଧାଡ଼ି କରି ଭକ୍ତଙ୍କୁ ଛାଡ଼ିଲେ, ଆଉ ଭିତରକାଠ ଦର୍ଶନ ରହିବ ନା ବନ୍ଦ ହୋଇଯିବ, ତାହା ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିନାହାନ୍ତି। ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁଗମ ହୋଇଥିଲେ ମଧ୍ୟ ନାଟମଣ୍ଡପ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନି। ପ୍ରତିଦିନ ଠେଲାପେଲା ହୋଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଯେଉଁମାନେ ଭିଡ଼ରେ ପଶି ପାରୁନାହାନ୍ତି, ସେମାନେ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେବା ସହ ମନସ୍ତାପରେ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ବରୁ ନାଟମଣ୍ଡପରେ କାଠରାମ୍ପ୍‌ ଦ୍ବାରା ଦର୍ଶନକୁ ବ୍ୟବସ୍ଥିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। 

ଜାନୁଆରିରୁ ନୂଆ ବ୍ୟବସ୍ଥା ‘କାଠରାମ୍ପ୍‌’
୬ଟି ଧାଡ଼ିରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁବିଧା

ମିଳିଥିବା ସୂଚନା ମୁତାବକ, ନୂଆ ଦର୍ଶନ ବ୍ୟବସ୍ଥାରେ ନାଟମଣ୍ଡପ ଭିତରୁ ଏବଂ ଗରୁଡ଼ସ୍ତମ୍ଭ ପରଠାରୁ ଭକ୍ତଙ୍କ ଧାଡ଼ି ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ ପରେ ଗରୁଡ଼ ସ୍ତମ୍ଭକୁ ମୁଣ୍ଡିଆ ମାରିବେ। ପରେ ନାଟମଣ୍ଡପ ହୁଣ୍ଡିର ଗୋଟିଏ ପାର୍ଶ୍ବରେ (ବର୍ତ୍ତମାନ ଭିତରକାଠ ଓ ବାହାରକାଠକୁ ଯିବା ପାଇଁ ଥିବା ଦର୍ଶନ ରାସ୍ତା) ତିନିଟି ଧାଡ଼ିରେ ମହିଳା, ଶିଶୁ, ବୃଦ୍ଧବୃଦ୍ଧାମାନଙ୍କୁ ଅଲଗା କରି ଛଡ଼ାଯିବ। ନାଟମଣ୍ଡପ ହୁଣ୍ଡି ଡାହାଣ ପାର୍ଶ୍ବରେ ତିନିଟି ଧାଡ଼ିରେ ପୁରୁଷ ଭକ୍ତଙ୍କୁ ଛଡ଼ାଯିବ। ଧାଡ଼ିରେ ଯିବା ପରେ ବାହାର କାଠ ନିକଟରେ ପଡ଼ିଥିବା କାଠରାମ୍ପ୍‌ ଉପରେ ଭକ୍ତମାନେ ଦର୍ଶନ କରି ଘଣ୍ଟିଦ୍ବାର ଅବା ଗାରଦ ଦ୍ବାର ଦେଇ ବାହାରିବେ। ପ୍ରସ୍ଥାନ ପାଇଁ ଦୁଇଦ୍ବାର ଖୋଲା ରହିବ। ଏହି ରାମ୍ପ୍‌ ଧାଡ଼ି ଅନୁଯାୟୀ ଉଚ୍ଚା କରାଯିବ। ପ୍ରଥମ ଧାଡ଼ିରେ ଯେଉଁ ଭକ୍ତମାନେ ରହିବେ, ସେମାନେ ସବୁଠୁ ତଳେ ରହିବେ। ଦ୍ବିତୀୟ ଧାଡ଼ି ପ୍ରଥମ ଧାଡ଼ିଠାରୁ ପ୍ରାୟ ୪ ଇଞ୍ଚ ଉଚ୍ଚା ରହିବ। ତୃତୀୟ ଧାଡ଼ି ବି ସେଭଳି ୪ ଇଞ୍ଚ ଉଚ୍ଚା ରହିବ।

ଫଳରେ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ପଷ୍ଟ ଦର୍ଶନ କରିପାରିବେ। ଏହି କାଠରାମ୍ପ୍‌ ତଳେ ଚକା ଲଗାଯିବ ଓ ଦୁଇପାର୍ଶ୍ବରେ ଭିଡ଼ିବା ପାଇଁ ଦଉଡ଼ି ଲାଗିବ। ନୀତି ପାଇଁ ଦର୍ଶନ ବନ୍ଦ ବେଳେ କାଠରାମ୍ପ୍‌କୁ ମଝିରୁ ଅଲଗା କରି ଦୁଇପାର୍ଶ୍ବରୁ ଟାଣି ବାହାର କରିବା ବ୍ୟବସ୍ଥା ରହିବ। ସାତପାହାଚଠାରୁ ଧାଡ଼ି କଲେ ଗରୁଡ଼ ସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରିବାରେ ଅଡ଼ୁଆ ସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଗରୁଡ଼ସ୍ତମ୍ଭ ସ୍ପର୍ଶ ପରେ ଧାଡ଼ି ଦର୍ଶନ ଡିଜାଇନ୍‌ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଓବିସିସି ନାଟମଣ୍ଡପ ଧାଡ଼ି ଦର୍ଶନର ସମସ୍ତ ବ୍ୟବସ୍ଥା କରିବ। ଓବିସିସି ଏ ସମ୍ପର୍କିତ ଡିଜାଇନ୍‌ ପ୍ରସ୍ତୁତ କରିଛି। ଯଦି ଆବଶ୍ୟକ ପଡ଼େ ପରିବର୍ତ୍ତନ ମଧ୍ୟ କରାଯିବ। ଏ ସମ୍ପର୍କରେ ବହୁବାର ସମୀକ୍ଷା କରାଯାଇ ଚୂଡ଼ାନ୍ତ ପଦକ୍ଷେପ ନିଆଯାଇଛି। ଭକ୍ତମାନେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥାରେ ନାଟମଣ୍ଡପରୁ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe