ଗନ୍ଧମାର୍ଦ୍ଦନରେ ଶୁଖିଯାଉଛି ପ୍ରାକୃତିକ ଜଳସ୍ରୋତ

ବଲାଙ୍ଗୀର ଜିଲ୍ଲାର ପାଣିପାଗ ବିଗିଡ଼ିଯାଇଛି। ଗତ ଡିସେମ୍ବରରେ ଶୀତ ଗାଏବ୍‌ ହୋଇଯାଇଥିଲା। ଏବେ ଦୁଇଦିନ ହେଲା ଶୀତ ହେଉଛି। ଜଙ୍ଗଲଗୁଡ଼ିକରେ ପ୍ରାକୃତିକ ଜଳସ୍ରୋତ ଶୁଖିଯାଇଛି।

fhsfshfhs

ବଲାଙ୍ଗୀର/ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲାର ପାଣିପାଗ ବିଗିଡ଼ିଯାଇଛି। ଗତ ଡିସେମ୍ବରରେ ଶୀତ ଗାଏବ୍‌ ହୋଇଯାଇଥିଲା। ଏବେ ଦୁଇଦିନ ହେଲା ଶୀତ ହେଉଛି। ଜଙ୍ଗଲଗୁଡ଼ିକରେ ପ୍ରାକୃତିକ ଜଳସ୍ରୋତ ଶୁଖିଯାଇଛି। ଏହି କାରଣରୁ ଜଙ୍ଗଲରେ ଜୀବଜନ୍ତୁ ମଧ୍ୟ ଘୋର ଅସୁବିଧାରେ ଅଛନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼କୁ ଏହାର ଉଦାହରଣ ଭାବେ ନିଆଯାଉ। ଗନ୍ଧମାର୍ଦ୍ଦନରେ ମୋଟ୍ ୩୨ଟି ପ୍ରାକୃତିକ ଝରଣା ରହିଛି। ଦୁଇ ଦଶନ୍ଧି ତଳେ ବର୍ଷତମାମ ଏସବୁ ଝରଣାରେ ପାଣି ପ୍ରବାହିତ ହେଉଥିଲା। ଏବେ ଅର୍ଦ୍ଧାଧିକ ଝରଣା ଶୁଖିଲା ପଡ଼ିଛି। କେବଳ ବର୍ଷା ଦିନରେ ପାହାଡ଼ରୁ ଝରୁଥିବା ପାଣିରେ ଏସବୁ ଝରଣା ସକ୍ରିୟ ରହୁଛନ୍ତି। ଅନ୍ୟ ସମୟରେ ଟାଙ୍ଗରା। ଜଳସ୍ରୋତଗୁଡ଼ିକ ଶୁଖିଲା ଥିବାରୁ ଜଂଗଲରେ ସବୁଜିମା ମଧ୍ୟ ଲୋପ ପାଇଛି। 

ପ୍ରାୟ ୨୯୦ ପ୍ରକାରର ଆୟୁର୍ବେଦ ଔଷଧୀୟ ବୃକ୍ଷ ଓ ଗୁଳ୍ମରାଜି ଏଠାରେ ଥିବା ବୈଜ୍ଞାନିକ ପ୍ରମାଣ ରହିଛି। ହେଲେ, ପ୍ରାକୃତିକ ସ୍ରୋତ କଡ଼ରେ ଥିବା ଗଛଲତା କ୍ରମାଗତ ଭାବେ ମରିବାକୁ ବସିଲେଣି। ପାଣି ଅଭାବ ଯୋଗୁଁ ଗନ୍ଧମାର୍ଦ୍ଦନର ବନ୍ୟଜୀବନ ଏକପ୍ରକାର ଅସନ୍ତୁଳିତ ହେବାରେ ଲାଗିଛି। ବନ୍ୟପ୍ରାଣୀଙ୍କ ପିଇବା ପାଣି ପାଇଁ ଏଠାରେ କୌଣସି କୃତ୍ରିମ ବ୍ୟବସ୍ଥା ନାହିଁ। ତେଣୁ ଅଧିକାଂଶ ସମୟରେ ଜୀବଜନ୍ତୁ ଗାଁ ନିକଟସ୍ଥ ଜଳାଶୟକୁ ଚାଲି ଆସୁଛନ୍ତି। ଯଦ୍ବାରା ସହଜରେ ଶିକାରୀଙ୍କ ଫାଶରେ ପଡୁଛନ୍ତି। ଜଳାଭାବ ଯୋଗୁଁ ବିରଳ ଔଷଧୀୟ ବୃକ୍ଷ ଏବଂ ଗୁଳ୍ମ ହଜି ଯାଉଛି। ଗନ୍ଧମାର୍ଦ୍ଦନ ପାଖରେ ପୂର୍ବରୁ ପର୍ଯ୍ୟାପ୍ତ ମାତ୍ରାରେ ବଜ୍ରକାପ୍ତା ଉପଲବ୍ଧ ଥିଲେ। ହେଲେ କ୍ରମାଗତ ଶିକାର ଯୋଗୁଁ ଏଗୁଡ଼ିକ ବିଲୁପ୍ତ ‌ହୋଇଗଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe