ନୟାଗଡ଼ : ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପରିବେଶ ବା ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ସମ୍ବାଦ ସାହିତ୍ୟ ଘର’ ଭାପୁର ଶାଖାକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟ ଘର ସଭାପତି ନାରାୟଣ ତ୍ରିପାଠୀ, ସମ୍ପାଦକ ମନୋଜ କୁମାର ଶତପଥୀ, ‘ସମ୍ବାଦ’ ଭାପୁର ବ୍ଳକ୍ ପ୍ରତିନିଧି ତଥା ସାହିତ୍ୟ ଘର ସଂଯୋଜକ ସଂଗ୍ରାମ କେଶରୀ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଥିଲେ। ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଅନୁଷ୍ଠାନର ଆକାଉଣ୍ଟ୍କୁ ମଧ୍ୟ ପଠାଯାଇଛି। ଜିଲ୍ଲାପାଳ ଡ. ପୋମା ଟୁଡ଼ୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ପ୍ରମୁଖଙ୍କଠାରୁ ସାହିତ୍ୟ ଘର କର୍ମକର୍ତ୍ତା ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏଭଳି ସମ୍ମାନ ନେଇ ସାହିତ୍ୟ ଘର କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ୍ ଖୁସି ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us