ନାଟ୍ୟକାର ତଥା ପ୍ରଶାସକ ଶରତ ମିଶ୍ରଙ୍କ ପରଲୋକ

Advertisment
ନାଟ୍ୟକାର ତଥା ପ୍ରଶାସକ ଶରତ ମିଶ୍ରଙ୍କ ପରଲୋକ

ପୁରୀ : ଲେଖକ, ନାଟ୍ୟକାର ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମିଶ୍ରଙ୍କର ପରଲୋକ ହୋଇଯାଇଛି। କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ଶ୍ରୀ ମିଶ୍ରଙ୍କର ୭୯ ବର୍ଷ ବୟସରେ ବୀରପ୍ରତାପପୁର ଗ୍ରାମସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ପ୍ରଶାସନିକ ଅଧିକାରୀ ଥିଲେ ହେଁ ଲେଖକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ରାମଚରିତ ମାନସ ପ୍ରବଚକ ଭାବେ ଶ୍ରୀ ମିଶ୍ର ଖ୍ୟାତି ଅର୍ଜନ କରିଥିଲେ। କାଳୀଜାଈ ନାଟକ ପାଇଁ ସେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ। ୧୯୯୭-୯୮ ମସିହାରେ ‘ସହିଦ ଲକ୍ଷ୍ମଣ ନାୟକ’ ନାଟକ ରଚନା କରି ପ୍ରଶଂସିତ ହୋଇଥିଲେ।

ଏହାବ୍ୟତୀତ ଶ୍ରୀ ମିଶ୍ର ଆଠଗଡ଼ର ଶଙ୍କରେଶ୍ବର ମନ୍ଦିର ନିର୍ମାଣ, ହିନ୍ଦୋଳର ସିଦ୍ଧେଶ୍ବର ହାଇସ୍କୁଲ, ଢେଙ୍କାନାଳର କୋରଙ୍ଗା ସେବାଶ୍ରମ ସ୍କୁଲ୍‌ ନିର୍ମାଣ, ସମଯାଜପୁରର କାଳୀ ମନ୍ଦିର ନିର୍ମାଣ ସହ ବିଭିନ୍ନ ମନ୍ଦିରର ପୁନରୁଦ୍ଧାରରେ ପ୍ରମୁଖ ଭୂମିକା ତୁଲାଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସୁରମା ମିଶ୍ର, ଝିଅ ଝରଣା, ପୂର୍ଣ୍ଣିମା, ମମତା ଓ ସୋନାଲିକା ଉପସ୍ଥିତ ଥିଲେ। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe