ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ଗୁରୁବାର ଶୁଣାଣି ଥିଲା। କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ବରରେ ନବ ଦାସଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡା. ପି. କେ. ସାମନ୍ତରାୟ ଓ ଡା. ଲକ୍ଷ୍ମୀକାନ୍ତ ବେହେରାଙ୍କର ଆଭାସିରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ଅବସରରେ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ଆଭାସିରେ ଉପସ୍ଥିତ ଥିଲେ। ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଏବଂ କିଶୋର ପଟେଲ ଉଭୟ ଡାକ୍ତରଙ୍କୁ ଜେରା କରିଥିଲେ। ଅନ୍ୟପଟେ ଏପିପି ଗଙ୍ଗାଧର ଗଡ଼ନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ସାକ୍ଷ୍ୟ ଗ୍ରହଣ ବେଳେ ନବ ଦାସଙ୍କୁ ହୋଇଥିବା ଗୁଳିମାଡ଼ର କ୍ଷତ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଜେରା କରାଯାଇଥିବା ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ସୂଚନା ଦେଇଛନ୍ତି। ଆସନ୍ତା ୧୪ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ନବ ଦାସ ହତ୍ୟା ମାମଲା: ଆଭାସିରେ ସାକ୍ଷ୍ୟଦେଲେ ବ୍ୟବଚ୍ଛେଦ କରିଥିବା ୨ ଡାକ୍ତର
Advertisment
Follow Us