ନବ ଦାସ ହତ୍ୟା ତଦନ୍ତ: ଗୋପାଳର ବି ଏଲ୍‌ଏଭି ପରୀକ୍ଷା

Advertisment
ନବ ଦାସ ହତ୍ୟା ତଦନ୍ତ: ଗୋପାଳର ବି ଏଲ୍‌ଏଭି ପରୀକ୍ଷା

କଟକ/ଝାରସୁଗୁଡ଼ା : ପୁଞ୍ଜିଲାଲ ମେହେର୍ ମାମଲାରେ ଓଡ଼ିଶାରେ ପ୍ରଥମ ଥର ଅଭିଯୁକ୍ତ ନିକଟରୁ ସତ ଜାଣିବା ପାଇଁ ବ୍ୟବହାର ହୋଇଥିବା ସ୍ତରୀୟ ସ୍ବର ବିଶ୍ଳେଷଣ ବା ଲେୟାର୍‌ଡ ଭଏସ୍‌ ଆନାଲିସିସ୍ (ଏଲଏଭି) ପରୀକ୍ଷା। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ କ୍ଷେତ୍ରରେ ମଧ୍ୟ ଏହି ପରୀକ୍ଷାା କରାଯାଇଛି। ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ବରକୁ ଅନୁଧ୍ୟାନ କରାଯାଉଛି। ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି। ଏହା ସହିତ ଗୋପାଳଙ୍କ ମନସ୍ତାତ୍ତ୍ବିକ ପରୀକ୍ଷା ବି କରାଯାଉଛି। ଏହି ଦୁଇଟି ପରୀକ୍ଷା ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବରେଟୋରି (ସିଏଫ୍‌ଏସ୍‌ଏଲ୍)ର ଟିମ୍ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଗଲା ୧ ତାରିଖରୁ ଚାରି ଦିନିଆ ରିମାଣ୍ଡରେ ଆସିଥିବା ପୁଲିସ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଶନିବାର ଶେଷ ହୋଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପୁଣି ଥରେ କ୍ରାଇମବ୍ରାଞ୍ଚ ରିମାଣ୍ଡ ଆବେଦନ କରିଥିଲା। ଗୋପାଳଙ୍କୁ ଅତିରିକ୍ତ ୪ ଦିନିଆ ରିମାଣ୍ଡ ଦ୍ବିତୀୟ ପର୍ଯ୍ୟାୟ ଜେରା ପାଇଁ ମିଳିଛି। କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଏୟାରପୋର୍ଟ ଥାନାର ପାଇଖାନା ଟାଙ୍କିରୁ ଯେଉଁ ୨୨ ଖଣ୍ଡ କାଗଜ ଜବତ କରିଥିଲା, ଏହାର ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି।

ଜଷ୍ଟିସ୍ ଜେ.ପି ଦାସଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଏଡିଜି ବୋଥ୍ରା
ଘଟଣାସ୍ଥଳକୁ ଯିବେ ଜଷ୍ଟିସ୍ ଦାସ
ପୁଣି ଚାରି ଦିନ ରିମାଣ୍ଡରେ ଗୋପାଳ

ଅନ୍ୟପଟେ ଏହି ହତ୍ୟା ତଦନ୍ତର ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି ଦାସଙ୍କୁ ଶନିବାର ଦିନ ପ୍ରାୟ ୧୨ଟା ବେଳେ କ୍ରାଇମବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତାଙ୍କ ସିଡିଏ ସେକ୍ଟର ୯ସ୍ଥିତ ବାସଭବନରେ ଭେଟିଥିଲେ। ପ୍ରାୟ ଏକ ଘଣ୍ଟା କାଳ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଶ୍ରୀ ବୋଥ୍ରା କୌଣସି ମତାମତ ଦେଇ ନଥିବା ବେଳେ ଜଷ୍ଟିସ ଦାସ କହିଥିଲେ ଯେ କ୍ରାଇମବ୍ରାଞ୍ଚର ଟିମ୍‌ ଏ ପର୍ଯ୍ୟନ୍ତ ଯାହା ତଦନ୍ତ କରିଛି ଏବଂ ଆଉ କେଉଁ ତଦନ୍ତ ଯୋଜନା ରଖିଛି ସେ ସମ୍ପର୍କରେ ଶ୍ରୀ ବୋଥ୍ରା ଆଲୋଚନା କରିଥିଲେ। ଆଉ ଯେଉଁ ଦିଗରେ ତଦନ୍ତ କରାଯିବା ଆବଶ୍ୟକ ରହିଛି ସେ ସମ୍ପର୍କରେ ତାଙ୍କୁ ପରାମର୍ଶ ଦିଆଯାଇଛି। ତଦନ୍ତ ଏଯାଏ ଠିକ ଦିଗରେ ଚାଲିଛି, ଏଥିରୁ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ଆଶା କରିବା କଥା। ଘଟଣାସ୍ଥଳକୁ ସେ ଯିବେ କିନ୍ତୁ କେବେ ଯିବେ, ତାହା ନିଷ୍ପତ୍ତି ହୋଇ ନାହିଁ ବୋଲି ଜଷ୍ଟିସ୍ ଦାସ ସୂଚନା ଦେଇଛନ୍ତି।

ଇତିମଧ୍ୟରେ ଗୋପାଳ ଦାସ ଘରୁ ମିଳିଥିବା କାର ଉପରେ ଖୋଳତାଡ଼ ଆରମ୍ଭ ହୋଇଛି। ଜଣେ କୋଇଲା କଣ୍ଟ୍ରାକ୍ଟରଙ୍କ ଭେର୍ଣା କାର ଚଳାଉ ଥିବା ବେଳେ ଏହି କାର ଗାନ୍ଧୀଛକ ଫାଣ୍ଡିରେ ରହିଛି। କାର ଭିତରେ ଥିବା କିଛି କାଗଜପତ୍ର ଓ ଡାଏରି କ୍ରାଇମବ୍ରାଞ୍ଚ ଗତକାଲି ଜବତ କରିଥିଲା। କାରର ମାଲିକ ଅରୁଣ ମୁନ୍ଦ୍ରା କହିଛନ୍ତି, ସେ ଗତ ନଭେମ୍ବର ମାସରେ ଏହି କାର ଗୋପାଳଙ୍କୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ତେବେ ସେ ୫୦ ହଜାର ଦେଇଥିଲେ। ଅବଶିଷ୍ଟ ୫୦ ହଜାର ଦେଇ ନାହାନ୍ତି। ତେଣୁ କାରର ମାଲିକାନା ବଦଳି ନାହିଁ। ଅଭିଯୁକ୍ତ ଗୋପାଳ ପାଖରେ ଥିବା ବାଇକ ଯେଉଁ ଥିରେ ସେ ଗୁଳିକାଣ୍ଡ ଦିନ ଘଟଣାସ୍ଥଳକୁ ଯାଇଥିଲେ ସେହି ବାଇକକୁ କ୍ରାଇମବ୍ରାଞ୍ଚ ଜବତ କରିଛି। କାର ମାଲିକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚାରଉଚରା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe