ନବ ଦାସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ହେବାରୁ ହତ୍ୟା: ପ୍ରଦୀପ

Advertisment
ନବ ଦାସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ହେବାରୁ ହତ୍ୟା: ପ୍ରଦୀପ

ଭୁବନେଶ୍ବର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନବ ଦାସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ହେବାରୁ ତାଙ୍କୁ ହତ୍ୟା କରାଯାଇଛି। ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବାଲାଗି ଆଗରୁ ଆଶା ବାନ୍ଧି ବସିଛନ୍ତି ସେହିମାନେ ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦୀପ କହିଛନ୍ତି ଯେ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନବ ଦାସ ଶନି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ନବୀନ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାପାଇଁ ଆଗରୁ ଯୋଜନା କରିଥି‌ବା ‌କିଛି ଲୋକ ଚିନ୍ତିତ ହୋଇପଡ଼ିଥିଲେ। ତେଣୁ ନବଙ୍କୁ ରାସ୍ତାରୁ ହଟାଇବା ଲାଗି ସେମାନେ ଷଡ଼ଯନ୍ତ୍ର କରିଥିଲେ। ତେବେ ଏହି ଷଡ଼ଯନ୍ତ୍ର କିଏ କରିଥିଲେ ସେମାନଙ୍କର ନାମ ପ୍ରକାଶ ନ କରି ସିବିଆଇ ଦ୍ବାରା ତଦନ୍ତ ହେଲେ ଏହି ଷଡ଼ଯନ୍ତ୍ରର ପର୍ଦାଫାସ ହୋଇପାରିବ ବୋଲି ସେ କହିଛନ୍ତି। ଆରମ୍ଭରୁ ବିଜେପି ଏହି ହତ୍ୟା ମାମଲାର ସିବିଆଇ ଦ୍ବାରା ତଦନ୍ତ କରିବାକୁ ଦାବି କରି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe