ଚାନ୍ଦିପୁରରୁ ନୌସେନା ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ

Advertisment

ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ...

ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ...

dgdgcvvf

ବାଲେଶ୍ବର/ଚାନ୍ଦିପୁର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଗତକାଲି ଏହି ପରୀକ୍ଷଣ କରାଯାଇଥିଲା। ନୌସେନାର ଏକ ହେଲିକପ୍ଟର ଜରିଆରେ କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ପରୀକ୍ଷଣ ବେଳେ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇଥିଲା। ଭାରତୀୟ ନୌସେନା ପାଇଁ ଏହା ହେଉଛି ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ ସ୍ୱଦେଶୀ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର। ପରୀକ୍ଷା ସମୟରେ କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସାମୁଦ୍ରିକ ମାର୍ଗରେ ଗତି କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସଠିକ୍‌ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା। ଏଥିସହିତ ନିୟନ୍ତ୍ରଣ, ମାର୍ଗଦର୍ଶନ ଓ ମିସନ୍‌ ଆକଳନକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିଥିଲା। ଏହାର ସବୁ ଉପ-ପ୍ରଣାଳୀ ସନ୍ତୋଷଜନକ ପ୍ରଦର୍ଶନ କରିଥିଲା।

ପରୀକ୍ଷଣ ରେଞ୍ଜର ବିଭିନ୍ନ ସ୍ଥାନରେ ଏବଂ ଇମ୍ପାକ୍ଟ ପଏଣ୍ଟରେ ଲାଗିଥିବା ସେନ୍‌ସର୍‌ କ୍ଷେପଣାସ୍ତ୍ରର ଗତିପଥକୁ ନିରୀକ୍ଷଣ କରିଥିଲା ଏବଂ ସବୁ ଘଟଣାକ୍ରମକୁ ରେକର୍ଡ କରିଥିଲା। ଏହି କ୍ଷେପଣାସ୍ତ୍ରରେ ଅନେକ ନୂଆ ଜ୍ଞାନକୌଶଳ ଖଞ୍ଜା ଯାଇଛି। ଏଥିରେ ହେଲିକପ୍ଟର ପାଇଁ ସ୍ୱଦେଶୀ ଭାବେ ବିକଶିତ ଏକ ଲଞ୍ଚର୍‌ ସଂଯୋଗ ହୋଇଛି। କ୍ଷେପଣାସ୍ତ୍ରର ମାର୍ଗଦର୍ଶୀ ପ୍ରଣାଳୀରେ ଅତ୍ୟାଧୁନିକ ନାଭିଗେସନ୍‌ ବ୍ୟବସ୍ଥା ଓ ସମନ୍ବିତ ଏଭିଓନିକ୍ସ ଖଞ୍ଜା ହୋଇଛି। କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ଡିଆର୍‌ଡିଓ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଡିଆର୍‌ଡିଓ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ଡିଆର୍‌ଡିଓ ସହ ଭାରତୀୟ ନୌସେନା ଓ ଶିଳ୍ପ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe