ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଦିନ, ଗୃହରେ ଶୋକ ପ୍ରକାଶ

‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା

ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଦିନ, ଗୃହରେ ଶୋକ ପ୍ରକାଶ

ଭୁବନେଶ୍ବର: ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କ ଅଭିଭାଷଣରେ େମ’ ୩ ତାରିଖ ପ୍ରଳୟଙ୍କରୀ ବାତ୍ୟା ‘ଫନି’ର ଭୟାବହତା ସଂପର୍କରେ ଅବତାରଣା କରିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ମୁକାବିଲାକୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟପାଳ କହିଥିଲେ, ଗ୍ରୀଷ୍ଣଋତୁୁରେ ସଂଘଟିତ ଏହି ବାତ୍ୟା ବିରଳତମ। ଗତ ୪୮ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ ଏହା ପ୍ରଥମ ତଥା ଗତ ୧୫୦ ବର୍ଷ ମଧ୍ୟରେ ଆସିଥିବା ୩ଟି ବାତ୍ୟା ମଧ୍ୟରୁ ଅନ୍ୟତମ। ଏହି ବାତ୍ୟା ପୁରୀ ଓ େଖାର୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ସହିତ ୧୨ଜିଲ୍ଲାରେ ୧.୬୫ େକାଟିରୁ ଅଧିକ େଲାକଙ୍କ ଧନଜୀବନର ଅପୂରଣୀୟ କ୍ଷତି ଘଟାଇଛି। ତେବେ ସେ ନିଜେ ଗର୍ବିତ େବାଲି ସୂଚାଇ ରାଜ୍ୟପାଳ କହିଥିଲେ, ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସବୁମତେ ପ୍ରସ୍ତୁତ ଥିଲେ। ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ମାତ୍ର ୨୪ ଘଣ୍ଟା ପୂର୍ବରୁ ସ୍ବଳ୍ପ ସମୟ ମଧ୍ୟରେ ୧୪ଲକ୍ଷ େଲାକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସରକାର ଇତିହାସ ସୃଷ୍ଟି କରିଛନ୍ତି। ଓଡ଼ିଶାବାସୀଙ୍କ ଅସୀମ ଧୈର୍ଯ୍ୟ ଓ ଦୃଢ଼ ମନୋଭାବ ସଂପର୍କରେ ଉେଲ୍ଲଖ କରି ରାଜ୍ୟପାଳ ବିଭିନ୍ନ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ସେବା ଓ ସହାୟତା ପ୍ରଶଂସନୀୟ େବାଲି କହିଥିଲେ।

publive-image

ଗୃହରେ ଶୋକ ପ୍ରକାଶ
ଭୁବନେଶ୍ବର: ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଦିବଂଗତ ସଦସ୍ୟ ଓ ସହିଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ, ଗଙ୍ଗାଧର ପ୍ରଧାନ, ପୂର୍ବତନ ବିଧାୟକ ଦ୍ବିତୀକୃଷ୍ଣ ପଣ୍ଡା, ଚନ୍ଦ୍ରସେଣା ନାଏକ ଓ ପରୀକ୍ଷିତ କର୍ଣ୍ଣ, ସିଆର୍‌ପିଏଫ୍‌ର ପୂର୍ବତନ ହେଡ୍‌ କନେଷ୍ଟବଳ ପ୍ରସନ୍ନ କୁମାର ସାହୁ, ପୂର୍ବତନ କନେଷ୍ଟବଳ ମନୋଜ କୁମାର ବେହେରା ଓ ରାଷ୍ଟ୍ରୀୟ ରାଇଫଲ୍ସର ପୂର୍ବତନ ନାଏକ ଅଜିତ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ସେମାନଙ୍କ ସ୍ମୃତିଚାରଣ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଶୋକ ଆଲୋଚନାରେ ଭାଗ ନେଇ ଦିବଂଗତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରକାଶ କଲା ପରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କଲା ବେଳେ ଏହି ଦିବଂଗତ ସଦସ୍ୟ ଓ ସହିଦମାନଙ୍କୁ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe